ETV Bharat / bharat

India-US 2+2 meeting: ନଭେମ୍ବର ଦ୍ବିତୀୟ ସପ୍ତାହରେ ଆଲୋଚନା ! - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନଭେମ୍ବର ଦ୍ବିତୀୟ ସପ୍ତାହରେ ଭାରତ ଆମେରିକା ମଧ୍ୟରେ 2 ପ୍ଲସ 2 ମନ୍ତ୍ରୀସ୍ତରୀୟ ଆଲୋଚନା । ଫୋକସରେ ଆନ୍ତର୍ଜାତୀୟ ଓ ମିଳିତ ପ୍ରସଙ୍ଗ ସହ ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି । ଅଧିକ ପଢନ୍ତୁ

India-US 2+2 meeting: ନଭେମ୍ବର ଦ୍ବିତୀୟ ସପ୍ତାହରେ ଆଲୋଚନା !

author img

By ETV Bharat Odisha Team

Published : Oct 22, 2023, 10:25 PM IST

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ଗୋଷ୍ଠୀଭୁକ୍ତ ହେବା ପରି ଦୃଶ୍ୟମାନ ହେଉଛନ୍ତି । ଏପରି ବୈଶ୍ବିକ ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଭାରତ ଆମେରିକା ମଧ୍ୟରେ 2 ପ୍ଲସ 2 ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଆସନ୍ତା ମାସ (ନଭେମ୍ବର) 2ୟ ସପ୍ତାହରେ ଏହି ଗୁରୁତ୍ବପୂର୍ଣ୍ଣ ରଣନୈତିକ ଆଲୋଚନା ହେବା ନେଇ ସୂଚନା ମିଳିଛି । ଉଭୟ ଭାରତ ଓ ଆମେରିକାର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ପ୍ରତିପକ୍ଷ ତଥା ଆମେରିକାର ପ୍ରତିରକ୍ଷା ସଚିବ ଲୟାଡ ଜେ ଅଷ୍ଟିନ ଓ ବିଦେଶ ସଚିବ ଆଣ୍ଟୋନି ବ୍ଲିକେନଙ୍କ ମଧ୍ୟରେ ଏହି ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଯାଉଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏଥିରେ ଦୁଇ ଦେଶ ମଧ୍ୟରେ ବିଦେଶ ଓ ପ୍ରତିରକ୍ଷା ରଣନୀତି ନେଇ ଆଲୋଚନା ହେବ । ଯାହା ବର୍ତ୍ତମାନ ସମୟରେ ବେଶ ଗୁରୁତ୍ବପୂର୍ଣ୍ଣ । ତେବେ ଏହି ବୈଠକର ମୁଖ୍ୟାଂଶ ଭାବେ ଉଭୟ ଦେଶର ପ୍ରତିପକ୍ଷ ଇସ୍ରାଏଲ୍-ହମାସ୍ ଯୁଦ୍ଧ କାରଣରୁ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ସମେତ ବିଶ୍ୱ ତଥା ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

2018 ରୁ ଭାରତ ଓ ଆମେରିକା ମଧ୍ୟରେ ଏହି ଦୁଇ ମନ୍ତ୍ରୀସ୍ତରୀୟ ଆଲୋଚନା ଆରମ୍ଭ ହୋଇଥିଲା । ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ଏହି ଆଲୋଚନା ଶୃଙ୍ଖଳାରେ ଅଂଶଗ୍ରହଣ କରିଆସୁଛନ୍ତି । ଚଳିତ ଥର ଏହି ଆଲୋଚନା 5ମ ସଂସ୍କରଣରେ ପହଞ୍ଚିବାକୁ ଯାଉଛି । ତେବେ ଗତବର୍ଷ ୟୁକ୍ରେନ ଓ ଋଷର ଯୁଦ୍ଧ ସ୍ଥିତି ଜଟିଳ ପର୍ଯ୍ୟାୟରେ ଥିବା ବେଳେ ଏହି ଆଲୋଚନା ହୋଇଥିଲା । ଯାହାକୁ ନେଇ ସମଗ୍ର ବିଶ୍ବର ନଜର ଉଭୟ ଦେଶର ରଣନୈତିକ ଆଭିମୁଖ୍ୟ ଉପରେ ରହିଥିଲା । ଚଳିତ ଥର ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଏହି ଆଲୋଚନା ହେବାକୁ ଯାଉଛି । ଯାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ ମଧ୍ୟ ।

ଏହା ମଧ୍ୟ ପଢନ୍ତୁ :- Delhi's air quality: ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସର୍ବକାଳୀନ ଖସିଲା, ଆଖି ଓ ନାକରେ ହେଉଛି ଜ୍ବଳନ

ତେବେ ଇସ୍ରାଏଲ ପ୍ରସଙ୍ଗରେ ଆମେରିକା ଇସ୍ରାଏଲକୁ ଖୋଲା ସମର୍ଥନ ଦେବା ସହ ସହଯୋଗ ମଧ୍ୟ ଜାରି ରଖିଛି । ଭାରତ ମଧ୍ୟ ହମାସର ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲକୁ ନୈତିକ ସମର୍ଥନ ଦେଇଛି । ଅନ୍ୟପଟେ ପାଲେଷ୍ଟାଇନ ଅଧିକୃତ ଗାଜାକୁ ମାନବୀୟ ସହାୟତା ପଠାଇ ଭାରତ ତାର ସନ୍ତୁଳିତ ତଥା ପରିପକ୍ବ ବିଦେଶ ନୀତିର ସଙ୍କେତ ମଧ୍ୟ ଦେଇଛି । ଅନୁରୂପ ଭାବେ ୟୁକ୍ରେନ ଓ ଋଷ କ୍ଷେତ୍ରରେ ମଧ୍ୟ ଭାରତ କୌଣସି ଅନ୍ତର୍ଜାତୀୟ ଗୋଷ୍ଠୀର ପକ୍ଷଭୁକ୍ତ ନହୋଇ ସ୍ବାଧୀନ ଆଭିମୁଖ୍ୟରେ ସ୍ଥିର ରହିଥିଲା । ହିଂସାକୁ ନାପସନ୍ଦ କରିବା ସହ ଉଭୟ ଦେଶ ଆଲୋଚନା ଟେବୁଲରେ ସମାଧାନ ରାସ୍ତା ବାହାର କରିବା ପ୍ରସ୍ତାବ ସହ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ଜୋର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.