ETV Bharat / bharat

ଆଫଗାନିସ୍ତାନକୁ ଗିଫ୍ଟ ଦେଲା ଭାରତ, ପଠାଇଲା ୫୦ହଜାର ମେଟ୍ରିକ ଟନ୍‌ ଗହମ

author img

By

Published : Feb 22, 2022, 6:42 PM IST

Updated : Feb 22, 2022, 7:05 PM IST

ପୁଣି ମହାନତା ଦେଖାଇଲା ଭାରତ । ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଖାଦ୍ୟ ସାମଗ୍ରୀ ପଠେଇଲା ଭାରତ । ଅଧିକ ପଢନ୍ତୁ

ଆଫଗାନିସ୍ତାନକୁ ଗିଫ୍ଟ ଦେଲା ଭାରତ, ପଠାଇଲା ୫୦ହଜାର ମେଟ୍ରିକ ଟନ୍‌ ଗହମ
ଆଫଗାନିସ୍ତାନକୁ ଗିଫ୍ଟ ଦେଲା ଭାରତ, ପଠାଇଲା ୫୦ହଜାର ମେଟ୍ରିକ ଟନ୍‌ ଗହମ

ଅମୃତସର(ପଞ୍ଜାବ): ପୁଣି ମହାନତା ଦେଖାଇଲା ଭାରତ । ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଖାଦ୍ୟ ସାମଗ୍ରୀ ପଠେଇଲା ଭାରତ । ଆଜି ପଞ୍ଜାବର ଅମୃତସରରୁ ୫୦ ହଜାର ମେଟ୍ରିକ୍‌ ଟନ୍‌ ଗହମ ଆଫଗାନିସ୍ତାନକୁ ପଠେଇଛନ୍ତି ଭାରତ ସରକାର ।

ସ୍ଥଳପଥରେ ପାକିସ୍ତାନ ଦେଇ ଯାଉଛି ଏହି ଖାଦ୍ୟ ପଦାର୍ଥ । ଆଜି କେନ୍ଦ୍ର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ବିଧିବଧ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିପରି ଭାରତ ସରକାର ଏହା ପୂର୍ବରୁ ଆଫଗାନିସ୍ତାନକୁ ୨.୫ ମେଟ୍ରିକ ଟନର ମେଡିକାଲ ଉପକରଣ ଓ ପୋଷାକ ସହାୟତା ପଠେଇଥିଲେ । ତେବେ ଏହା ପଞ୍ଚମ ଥରେ ପୁଣି ବହୁତ ପରିମାଣରେ ଖାଦ୍ୟ ପଦାର୍ଥ ପଠାଇଛି ଭାରତ ।

ସେହିଭଳି ସଙ୍କଟ ଜନିତ ଦେଶକୁ ମାନବିକତା ସହାୟତା ଅଧୀନରେ ଭାରତ ଏହା କରିଛି । ଏପଟେ ଆଫ୍‌ଗାନିସ୍ତାନରୁ ଭାରତ ପଳେଇ ଆସିଥିବା ଜଣେ ଆଫଗାନ ନାଗରିକ କହିଛନ୍ତି ମୁଁ ବହୁତ ଖୁସି । ମୁଁ ଏ ସଙ୍କଟ ସମୟରେ ମୋ ଦେଶ ପାଇଁ ଗହମ ନେଇଯାଉଛି ।

ଅନ୍ୟପଟେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଶିଖ୍‌ ଓ ହିନ୍ଦୁ ପ୍ରତିନିଧି ମଣ୍ଡଳୀ ସହ ଭେଟିବା ସହ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ । ଏଥିସହ ଥିବା ସମସ୍ୟା ଓ ଅସୁବିଧାର ସମାଧାନ ପାଇଁ ଆଗାମୀ ଦିନରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ଦେଇଥିବା ଜଣାପଡିଛି । ସେହିପରି ଗତ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଫଗାନିସ୍ତାନ ନାଗରିକଙ୍କୁ ମାନବିକତା ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଭାରତ ସରକାର ପରିକର ବଦ୍ଧ ବୋଲି କହିଥିଲେ ।

ଅପରପକ୍ଷେ ଏକ ସାପ୍ତାହିକ ଭର୍ଚ୍ଚୁଆଲ ସମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି ଯେ, ଆଫଗାନିସ୍ତାନକୁ ସହଯୋଗ କରିବାରେ ଭାରତ ସରକାର ପ୍ରତିକର ବଦ୍ଧ । ସେହିପରି ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି କୋଭିଡ୍‌ ଟୀକା ଏବଂ ଜରୁରୀକାଳୀନ ଜୀବନ ବଞ୍ଚାଇବା ଔଷଧ ପଠେଇବା ପରେ ପୂର୍ଣ୍ଣ ସାହାଯ୍ୟ କରିବ । ସେହିଭଳି ଗତ ସପ୍ତାହରେ ୩.୬ ଟନର ମେଡିକାଲ ସହାୟତା ଏବଂ ୫ ଲକ୍ଷ କୋଭିଡ୍‌ ଟୀକା ଡୋଜ ଆଫଗାନିସ୍ତାନକୁ ଭାରତ ପଠେଇଛି ବୋଲି କହିଛନ୍ତି ଅରିନ୍ଦମ ବାଗ୍‌ଚି ।

@ANI

Last Updated : Feb 22, 2022, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.