ETV Bharat / bharat

ଜାତିସଂଘ ସୁରକ୍ଷା ପରିଷଦର 3ଟି କମିଟିରେ ଅଧ୍ୟକ୍ଷତା କରିବ ଭାରତ

ଜାତିସଂଘ ସୁରକ୍ଷା ପରିଷଦର 3ଟି କମିଟିରେ ଭାରତ ଅଧ୍ୟକ୍ଷତା କରିବା ନେଇ ସୂଚନା ଦେଲେ ଜାତିସଂଘରେ ଭାରତର ଆମ୍ବାସଡର ଟିଏସ ତ୍ରିମୂର୍ତ୍ତୀ । ଅଧିକ ପଢନ୍ତୁ...

ଜାତିସଂଘ ସୁରକ୍ଷା ପରିଷଦ
ଜାତିସଂଘ ସୁରକ୍ଷା ପରିଷଦ
author img

By

Published : Jan 8, 2021, 10:05 AM IST

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ତିନୋଟି କମିଟିରେ ଭାରତ ଅଧ୍ୟକ୍ଷତା କରିବ । ତାଲିବାନ ପ୍ରତିବନ୍ଧକ କମିଟି, ଆତଙ୍କବାଦୀ ବିରୋଧୀ କମିଟି ଓ ଲିବିୟା ପ୍ରତିବନ୍ଧକ କମିଟିରେ ଭାରତ ଅଧ୍ୟକ୍ଷତା କରିବ । ଏନେଇ ଶୁକ୍ରବାର ଜାତିସଂଘରେ ଭାରତର ଆମ୍ବାସଡର ଟିଏସ ତ୍ରିମୂର୍ତ୍ତୀ ସୂଚନା ଦେଇଛନ୍ତି ।

ସେ ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି । ଏହା ଜଣାଇବା ସହ ସେ ନିଜର ଖୁସି ଜାହିର କରିଛନ୍ତି । ଭାରତ ଦୁଇ ବର୍ଷ ପାଇଁ ଏହି ତିନୋଟି କମିଟିରେ ଅଧ୍ୟକ୍ଷତା କରିବ ବୋଲି ସେ ଜଣାଇଛନ୍ତି । ସେହିପରି ଭାରତ ପାଇଁ ତାଲିବାନ ପ୍ରତିବନ୍ଧକ କମିଟି ସବୁବେଳେ ପ୍ରାଥମିକତା ରହିଛି । ଆଫଗାନିସ୍ତାନରେ ଶାନ୍ତି, ସୁରକ୍ଷା, ଉନ୍ନତୀ ଓ ବିକାଶ ପାଇଁ ଭାରତ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସେ ଜଣାଇଛନ୍ତି ।

ସେହିପରି 2022ରେ ଭାରତ ଆତଙ୍କବାଦୀ ବିରୋଧୀ କମିଟିରେ ଅଧ୍ୟକ୍ଷତା କରିବ । ଯାହାକି ଆତଙ୍କବାଦୀ ବିରୋଧରେ ଭାରତର ଥିବା ପକ୍ଷ ଅଧିକ ମଜବୁତ ହେବ । ଏହାସହ ଆତଙ୍କବାଦୀ ବିରୋଧରେ ଲଢିବାକୁ ତଥା ସୀମାପାର ଆତଙ୍କୀଙ୍କ ବିରୋଧରେ ଏହା ଭାରତ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି ।

ତେବେ ଏହି କମିଟି 2001 ମସିହା ସେପ୍ଟେମ୍ବର ମାସ ପରେ ଗଠନ କରାଯାଇଛି । 9/11 ଆତଙ୍କବାଦୀ ଆକ୍ରମଣ ପରେ ଏହି କମିଟି ଗଠନ କରାଯାଇଛି । ଯେତେବେଳେ କି ଭାରତ 2011-12ରେ ଏହାର ଅଧ୍ୟକ୍ଷତା କରିଛି ।

ସୂଚନାଥାଉକି, ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.