ETV Bharat / bharat

BrahMos missile: INS ବିଶାଖାପାଟଣାରୁ ବ୍ରହ୍ମୋସର ସଫଳ ପରୀକ୍ଷଣ, ପ୍ରତିରକ୍ଷା ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jan 11, 2022, 5:07 PM IST

Updated : Jan 11, 2022, 5:29 PM IST

ନୌସେନା ଜାହାଜ INS ବିଶାଖାପାଟଣାରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

BrahMos Supersonic Cruise missile: INS ବିଶାଖାପାଟନମରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ

ନୂଆଦିଲ୍ଲୀ: ନୌସେନା ଯୁଦ୍ଧ ଜାହାଜ INS ବିଶାଖାପାଟଣାରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ ହୋଇଛି । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) । INS ବିଶାଖାପାଟନମରୁ ଏହାକୁ ଉତକ୍ଷେପଣ କରାଯାଇଥିବା ବେଳେ ସଫଳତାର ସହ ଏହା ଟାର୍ଗେଟକୁ ଲକ୍ଷ୍ୟଭେଦ କରିଛି । ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଭାରତ ଏବଂ ଋଷର ମିଳିତ ଉଦ୍ୟମରେ ନିର୍ମାଣ ହୋଇଛି ।

DRDO ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ନୌସେନାରେ ସାମିଲ ହୋଇଥିବା ସଦ୍ୟତମ ଅତ୍ୟାଧୁନିକ ସ୍ବେଦଶୀ ନିର୍ମିତ ଯୁଦ୍ଧ ଜାହାଜ INS ବିଶାଖାପାଟଣାରୁ ଏହାର ପରୀକ୍ଷଣ କରାଯାଇଥିଲା । ସମୁଦ୍ରରୁ ସମୁଦ୍ରକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷପଣାସ୍ତ୍ରର ସର୍ବାଧିକ ରେଞ୍ଜ (ଦୂରଗାମୀ) ବିଶିଷ୍ଟ ଭାରିଆଣ୍ଟକୁ ଆଜି ପରୀକ୍ଷଣ କରାଯାଇଥିଲା । ତେବେ କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରି ପରୀକ୍ଷଣକୁ ସଫଳ କରିଥିବା DRDO କହିଛି ।

ଆଜିର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO ଓ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ DRDOକୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ।

The robustness of @indiannavy mission readiness is reconfirmed today after successful launch of the advanced version of BrahMos Missile from INS Vishakhapatnam today. I congratulate the wonderful team work of @indiannavy @DRDO_India & @BrahMosMissile. https://t.co/MeddXACp1q

— Rajnath Singh (@rajnathsingh) January 11, 2022

ବ୍ରାହ୍ମୋସ୍ ହେଉଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜର ଏକ ପ୍ରମୁଖ ଅସ୍ତ୍ର ପ୍ରଣାଳୀ ଏବଂ ଏହାର ପ୍ରାୟ ସମସ୍ତ ସରଫେସ ପ୍ଲାଟଫର୍ମରେ ମଧ୍ୟ ନିୟୋଜିତ ହୋଇ ସାରିଛି । ସେହିପରି ଏହାର ଅଣ୍ଡର-ୱାଟର ଭର୍ସନ ମଧ୍ୟ ବିକଶିତ ହେବାରେ ଲାଗିଛି । ଏହି ଅଣ୍ଡର ଓ୍ବାଟର ଭର୍ସନ ଭାରତୀୟ ନୌସେନାରେ ବ୍ୟବହାର ହେବା ସହ କିଛି ପଡୋଶୀ ବନ୍ଧୁ ଦେଶକୁ ମଧ୍ୟ ରପ୍ତାନୀ ପାଇଁ ଯୋଜନା ରହିଛି ।

ANI

ନୂଆଦିଲ୍ଲୀ: ନୌସେନା ଯୁଦ୍ଧ ଜାହାଜ INS ବିଶାଖାପାଟଣାରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ ହୋଇଛି । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) । INS ବିଶାଖାପାଟନମରୁ ଏହାକୁ ଉତକ୍ଷେପଣ କରାଯାଇଥିବା ବେଳେ ସଫଳତାର ସହ ଏହା ଟାର୍ଗେଟକୁ ଲକ୍ଷ୍ୟଭେଦ କରିଛି । ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଭାରତ ଏବଂ ଋଷର ମିଳିତ ଉଦ୍ୟମରେ ନିର୍ମାଣ ହୋଇଛି ।

DRDO ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ନୌସେନାରେ ସାମିଲ ହୋଇଥିବା ସଦ୍ୟତମ ଅତ୍ୟାଧୁନିକ ସ୍ବେଦଶୀ ନିର୍ମିତ ଯୁଦ୍ଧ ଜାହାଜ INS ବିଶାଖାପାଟଣାରୁ ଏହାର ପରୀକ୍ଷଣ କରାଯାଇଥିଲା । ସମୁଦ୍ରରୁ ସମୁଦ୍ରକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷପଣାସ୍ତ୍ରର ସର୍ବାଧିକ ରେଞ୍ଜ (ଦୂରଗାମୀ) ବିଶିଷ୍ଟ ଭାରିଆଣ୍ଟକୁ ଆଜି ପରୀକ୍ଷଣ କରାଯାଇଥିଲା । ତେବେ କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରି ପରୀକ୍ଷଣକୁ ସଫଳ କରିଥିବା DRDO କହିଛି ।

ଆଜିର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO ଓ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ DRDOକୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ।

ବ୍ରାହ୍ମୋସ୍ ହେଉଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜର ଏକ ପ୍ରମୁଖ ଅସ୍ତ୍ର ପ୍ରଣାଳୀ ଏବଂ ଏହାର ପ୍ରାୟ ସମସ୍ତ ସରଫେସ ପ୍ଲାଟଫର୍ମରେ ମଧ୍ୟ ନିୟୋଜିତ ହୋଇ ସାରିଛି । ସେହିପରି ଏହାର ଅଣ୍ଡର-ୱାଟର ଭର୍ସନ ମଧ୍ୟ ବିକଶିତ ହେବାରେ ଲାଗିଛି । ଏହି ଅଣ୍ଡର ଓ୍ବାଟର ଭର୍ସନ ଭାରତୀୟ ନୌସେନାରେ ବ୍ୟବହାର ହେବା ସହ କିଛି ପଡୋଶୀ ବନ୍ଧୁ ଦେଶକୁ ମଧ୍ୟ ରପ୍ତାନୀ ପାଇଁ ଯୋଜନା ରହିଛି ।

ANI

Last Updated : Jan 11, 2022, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.