ETV Bharat / bharat

Agni-V ପରୀକ୍ଷଣ; ଡରିବ ଡ୍ରାଗନ, ପାକିସ୍ତାନ ଛାତିରେ ଛନକା - Agni V Missile

ସୀମାରେ ଆତଙ୍କୀଙ୍କ ଉତ୍ପାତ ମଧ୍ୟରେ ଗୁରୁବାର ଭାରତର ପରଣାଣୁ ଶକ୍ତି ସମ୍ପନ୍ନ ICBM ଅଗ୍ନି-୫ର ହୋଇପାରେ ପରୀକ୍ଷାଣ । ଏହି ମିସାଇଲର ପରୀକ୍ଷଣକୁ ନେଇ ଚୀନ ସମେତ ଅନେକ ଦେଶଙ୍କ ମନରେ ପଶିଛି ଛନକା । ଏହାପୂର୍ବରୁ ୭ ଥର ଅଗ୍ନି-୫ ମିସାଇଲର ପରୀକ୍ଷଣ କରିସାରିଛି ଭାରତ । ଅଧିକ ପଢନ୍ତୁ...

Agni-V: ବଢିବ ଅଗ୍ନିର ଶକ୍ତି; ଡରିବ ଡ୍ରାଗନ, ପଛ ଘୁଞ୍ଚାଦେବ ପାକିସ୍ତାନ

author img

By

Published : Sep 23, 2021, 4:40 PM IST

Updated : Sep 23, 2021, 5:25 PM IST

ନୂଆଦିଲ୍ଲୀ: ଡ୍ରାଗନ ମନରେ ଡର । ପଛଘୁଞ୍ଚା ଦେଉଛି ପାକିସ୍ତାନ । ଆଖି ଉଠାଇ ଚାହିଁଲେ ଧ୍ବଂସ ହୋଇଯାଇପାରେ ଅଧା ଦୁନିଆ । କାରଣ ଆସୁଛି ଭାରତର ମହା ମିସାଇଲ ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ (Agni-5) ।

ସୀମାରେ ଆତଙ୍କୀଙ୍କ ଉତ୍ପାତ ମଧ୍ୟରେ ଗୁରୁବାର ଭାରତର ପରଣାଣୁ ଶକ୍ତି ସମ୍ପନ୍ନ ଇଣ୍ଟର କଣ୍ଟିନେଟାଲ୍ ବାଲାଷ୍ଟିକ ମିସାଇଲ (ICBM) ଅଗ୍ନି-୫ର ହୋଇପାରେ ପରୀକ୍ଷଣ । ଏହି ମିସାଇଲ ପରୀକ୍ଷଣକୁ ନେଇ ଚୀନ ସମେତ ଅନେକ ଦେଶଙ୍କ ମନରେ ପଶିଛି ଛନକା । ଏହାପୂର୍ବରୁ ୭ ଥର ଅଗ୍ନି-୫ ମିସାଇଲର ପରୀକ୍ଷଣ କରିସାରିଛି ଭାରତ ।

Agni-V ICBM କୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଓ ଭାରତ ଡାୟନୋମିକ୍ସ ଲିମିଟେଡ ମିଳିତ ଭାବରେ କରିଛନ୍ତି ପ୍ରସ୍ତୁତ । ଏହି ମିସାଇଲର ରେଞ୍ଜ ୫୦୦୦ରୁ ୮୦୦୦ କିଲୋମିଟର ବୋଲି କୁହାଯାଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ ରେଞ୍ଜ କେତେ ଏନେଇ କୌଣସି ସ୍ପଷ୍ଟ ତଥ୍ୟ ହସ୍ତଗତ ହୋଇନାହିଁ । ଚୀନକ ମନରେ ଏଥିପାଇଁ ଭୟ, କାରଣ ଏହି ମିସାଇଲର ରେଞ୍ଜ ଡ୍ରାଗନକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରେ ଏବଂ ଏକାଧିକ ଟାର୍ଗେଟ ଏକାଥରକେ ହିଟ୍ କରିପାରିବ ।

ଅଗ୍ନି-୫ର ଓଜନ ହେଉଛି ୫୦ ହଜାର କିଲୋଗ୍ରାମ । ଏହା ୧୭.୫ ମିଟର ଲମ୍ବ ଓ ଏହାର ମୋଟେଇ ରହିଛି ୨ ମିଟର ଅର୍ଥାତ ୬.୭ ଫୁଟ । ଏହା ଉପରେ ୧୫୦୦ କିଲୋଗ୍ରାମ ଓଜନର ପରମାଣୁ ଅସ୍ତ୍ର ଲଗାଯାଇପାରିବ । ଏହି ମିସାଇଲରେ ୩ଟି ପର୍ଯ୍ୟାୟ ରକେଟ ବୁଷ୍ଟର ରହିଛି, ଯାହା କଠିନ ଇନ୍ଧନରେ ଉଡିପାରେ । ଏହାର ବେଗ ଧ୍ବନିର ଗତିଠୁ ୨୪ ଗୁଣ ଅଧିକ । ଅର୍ଥାତ ଏକ ସେକେଣ୍ଡରେ ଏହି ମିସାଇଲ ୮.୭ କିଲୋମିଟର ଦୂର ଗତିକରିପାରେ । ଏହା ପ୍ରତିଘଣ୍ଟାରେ ୨୯,୪୦୧ କିଲୋମିଟର ବେଗରେ ଶତ୍ରୁ ଉପରେ ଆକ୍ରମଣ କରିବାରେ ସକ୍ଷମ । ଏଥିରେ ରିଙ୍ଗ ଲେଜର ଗାଇରୋସ୍କୋପ ଇନର୍ଶିଆଲ ନେଭିଗେସନ ସିଷ୍ଟମ, ଜିପିଏସ, NavIC ସାଟେଲାଇଟ ଗାଇଡାନ୍ସ ସିଷ୍ଟମ ଲାଗିଛି ।

ଅଗ୍ନି-୫ ମିସାଇଲ ସଠିକ ସମୟରେ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ଏହାକୁ ଲଞ୍ଚ କରିବା ପାଇଁ ଭୂମିରେ ଚାଲୁଥିବା ମୋବାଇଲ ଲଞ୍ଚରର ଉପଯୋଗ କରାଯାଏ । ଏହାକୁ ଟ୍ରକରେ ଲୋଡ୍‌ କରି ରାସ୍ତାରେ ଯେକୌଣସି ସ୍ଥାନରେ ପହଁଞ୍ଚାଯାଇପାରେ । ପ୍ରଥମ ଥର ବୈଜ୍ଞାନିକ ଏମ ନଟରାଜନ ୨୦୦୭ରେ ଏହି ମିସାଇଲ ପ୍ରସ୍ତୁତ ନେଇ ଯୋଜନା ପ୍ରସ୍ତୁତ କରିଥିଲେ ।

ଭାରତ ଯଦି ଏହି ମିସାଇଲକୁ ଶତ୍ରୁକୁ ଆକ୍ରମଣ ଉଦ୍ଦେଶ୍ୟରେ ଉତକ୍ଷେପଣ କରେ ତେବେ ସମ୍ପୂର୍ଣ୍ଣ ଏସିଆ, ୟୁରୋପ, ଆଫ୍ରିକାର କିଛି ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ଏହି ମିସାଇଲର ଖାସ କଥା ହେଉଛି ଯେ ଏହାର MIRV ଟେକ୍ନୋଲୋଜୀ ରହିଛି । ଏହି ଟେକ୍ନୋଲୋଜୀରେ ମିସାଇଲ ଉପରେ ଲଗାଯାଇଥିବା ୱାରହେଡ୍‌ରେ ଗୋଟିଏ ଅସ୍ତ୍ର ପରିବର୍ତ୍ତେ ଅନେକ ଅସ୍ତ୍ର ଲଗାଯାଇପାରିବ । ଅର୍ଥାତ ଗୋଟିଏ ମିସାଇଲର ଏକା ସହିତ ଅନେକ ଲକ୍ଷ୍ୟ ଭେଦ କରିବାର ସାମର୍ଥ୍ୟ ରହିଛି ।

Last Updated : Sep 23, 2021, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.