ETV Bharat / bharat

ଅଗ୍ନିକାଣ୍ଡ ସତ୍ତ୍ବେ ପଡୋଶୀ ଦେଶକୁ କୋଭିସିଲ୍ଡ ପଠାଇଲା ଭାରତ

author img

By

Published : Jan 22, 2021, 8:48 AM IST

ପଡ଼ୋଶୀ ଦେଶ ମିଆଁମାର ସମେତ ସିସେଲ୍ସ ଓ ମରିସସକୁ ଟିକା ପଠାଇଛି ଭାରତ । ଅଧିକ ପଢନ୍ତୁ...

India sent Corona vaccine to Myanmar, Seychelles and Mauritius
ଅଗ୍ନିକାଣ୍ଡ ସତ୍ତ୍ବେ ପଡୋଶୀ ଦେଶକୁ କୋଭିସିଲ୍ଡ ପଠାଇଲା ଭାରତ

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟିବା ପରେ ମଧ୍ୟ ଭାରତ ନିଜର ପଡୋଶୀ ଦେଶକୁ କୋରୋନା ଟିକା ଯୋଗାଉଛି । କିଛି ରାଷ୍ଟ୍ରକୁ ଟିକା ପଠାଯାଇ ସାରିଥିବା ବେଳେ ଶୁକ୍ରବାର ସେରମ ଇନଷ୍ଟିଚ୍ୟୁଟ ମିଆଁମାର, ସିସେଲ୍ସ ଓ ମରିସସକୁ ଟିକା ପଠାଇଛି । ତେବେ ଟିକା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ସାରିଥିବା ଜଣାପଡିଛି ।

ଶୁକ୍ରବାର ସକାଳ 6ଟା 40 ମିନିଟରେ ବିମାନ ଟିକା ନେଇ ମୁମ୍ବାଇରୁ ମିଆଁମାରକୁ ଉଡାଣ ଭରିବାକୁ ଥିବା ବେଳେ ଅନ୍ୟ 2 ଦେଶ ପାଇଁ ଟିକା ସକାଳ 11ଟା ସମୟରେ ଗୋଟିଏ ବିମାନରେ ପଠାଯିବ । ମିଆଁମାରର ୟାଙ୍ଗନ ସହରରେ 1.5 ମିଲିୟନ ବା 15 ଲକ୍ଷ ଡୋଜର କୋଭିସିଲ୍ଡ ଟିକା ଶୁକ୍ରବାର ପହଞ୍ଚିବାକୁ ଥିବା ବେଳେ ସିସେଲ୍ସ ରାଷ୍ଟ୍ରକୁ 50 ହଜାର ଓ ମରିସସକୁ 1 ଲକ୍ଷ ଟିକା ପଠାଯାଉଛି । 4ଟି ଭାରତ ମହାସାଗରୀୟ ଦେଶ ମଧ୍ୟରୁ କେବଳ ସିସେଲ୍ସ ଦେଶକୁ ଭାରତର କୋରୋନା ଟିକା ଦାନ କାର୍ଯ୍ୟକ୍ରମରେ ପଠାଯାଉଛି ।

ସିସେଲ୍ସର ଜନସଂଖ୍ୟା 1 ଲକ୍ଷ ହୋଇଥିବା ବେଳେ ଭାରତ ଯୋଗାଉଥିବା 50 ହଜାର ଡୋଜର କୋରୋନା ଟିକା ପ୍ରାୟ ଦେଶର 25 ପ୍ରତିଶତ ଲୋକଙ୍କ ନିକଟରେ ପହଞ୍ଚିପାରିବ । ସେପଟେ ମରିସସର ଜନସଂଖ୍ୟା 1.3 ମିଲିୟନ ବା 13 ଲକ୍ଷ ହୋଇଥିବା ବେଳେ ଏହାର ବାହ୍ୟ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପ ବିଶେଷ ଭାବରେ ମହାମାରୀରେ ପ୍ରଭାବିତ ହୋଇଛି । ତେବେ ଏମାନଙ୍କୁ ଟୀକାକରଣ କରିବା ସହିତ ଦେଶବାସୀଙ୍କୁ ଟିକା ଯୋଗାଇବା ପାଇଁ ଅଧିକ ଟିକାର ଆବଶ୍ୟକ ରହିଥିବାରୁ ଅଧିକ ଟିକା ଯୋଗାଇବା ପାଇଁ ମରିସିଅସ ସରକାର ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ଦେଶ ସହିତ ଭୁଟାନ, ମାଲଦ୍ବୀପ, ବାଙ୍ଗଲାଦେଶ, ନେପାଳ ଆଦି ପଡ଼ୋଶୀ ଦେଶକୁ ଭାରତ ପ୍ରଥମେ ଟିକା ଯୋଗାଇବ ବୋଲି ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.