ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଗହମ ପଠାଇଲା ଭାରତ । ଆଜି (ଶନିବାର) ଭାରତ ପକ୍ଷରୁ ଏକାଧିକ ଟ୍ରକରେ 3 ହଜାର ମେଟ୍ରିକ ଟନ ଗହମ ପଠାଯାଇଛି । ଆଜିର ଗହମ ପରିମାଣକୁ ମିଶାଇ ମୋଟ 33 ହଜାର 5 ଶହ ମେଟ୍ରିକ ଟନ ସିପମେଟ ଆଫଗାନିସ୍ତାନକୁ ପଠାଯାଇଛି । ଗତ କିଛି ଦିନ ତଳେ 2 ହଜାର ମେଟ୍ରିକ ଟନର ଗହମ ପଠାଇଥିଲା । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଓ୍ବାଘା-ଅଟ୍ଟାରୀ ପୋଷ୍ଟ ଦେଇ ଏହି ଗହମ ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି ।
-
India sent another shipment of 3000 MTs of wheat to Afghanistan. India has successfully completed shipment of 33,500 MTs of wheat in partnership with WFP. In May, another consignment of 2,000 MTs of wheat as humanitarian assistance from GoI was dispatched via Attari-Wagah border. pic.twitter.com/7gvV3zg0M0
— ANI (@ANI) June 25, 2022 " class="align-text-top noRightClick twitterSection" data="
">India sent another shipment of 3000 MTs of wheat to Afghanistan. India has successfully completed shipment of 33,500 MTs of wheat in partnership with WFP. In May, another consignment of 2,000 MTs of wheat as humanitarian assistance from GoI was dispatched via Attari-Wagah border. pic.twitter.com/7gvV3zg0M0
— ANI (@ANI) June 25, 2022India sent another shipment of 3000 MTs of wheat to Afghanistan. India has successfully completed shipment of 33,500 MTs of wheat in partnership with WFP. In May, another consignment of 2,000 MTs of wheat as humanitarian assistance from GoI was dispatched via Attari-Wagah border. pic.twitter.com/7gvV3zg0M0
— ANI (@ANI) June 25, 2022
ଫେବୃଆରୀ 12 ତାରିଖରେ, ଆଫଗାନିସ୍ତାନକୁ ଗହମ ଯୋଗାଣ ନେଇ ଓ୍ବାର୍ଲ ଫୁଡ ପ୍ରୋଗ୍ରାମ ସହ ଭାରତ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କେବଳ ଗହମ ନୁହେଁ ବରଂ ଆଫଗାନିସ୍ତାନକୁ ଭାରତ 5,00,000 ଡୋଜ କୋଭାକ୍ସିନ ଟିକା ଏବଂ 13 ଟନ ଜରୁରୀ ଔଷଧ ଓ ଚିକିତ୍ସା ସାମଗ୍ରୀ ମଧ୍ୟ ଯୋଗାଇ ସାରିଛି । ଗୃହଯୁଦ୍ଧ ଓ ତାଲିବାନ ଶାସନ ପରେ ଜାରି ରହିଥିବା ମାନବୀୟ ସଙ୍କଟ ମଧ୍ୟରେ ଆଫଗାନିସ୍ତାନକୁ ଭାରତ ନିୟମିତ ସହାୟତା ଯୋଗାଇ ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ