ETV Bharat / bharat

India Corona: ଦିନକରେ 2075 ନୂଆ ସଂକ୍ରମିତ, 71 ମୃତ

author img

By

Published : Mar 19, 2022, 9:57 AM IST

ଦେଶରେ ଦିନକୁ ଦିନ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 2,075 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 2075 ନୂଆ ସଂକ୍ରମିତ, 71 ମୃତ
India Corona: ଦିନକରେ 2075 ନୂଆ ସଂକ୍ରମିତ, 71 ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କମୁଛି ସଂକ୍ରମଣ । ଆଜି(ଶନିବାର) ମଧ୍ୟ ପଜିଟିଭ ମାମଲା ୩ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 2,075 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,075 fresh covid cases) । ଆଜି ମୃତ୍ୟୁସଂଖ୍ୟା ପୁଣିଥରେ ୧୦୦ ତଳକୁ ଖସିଛି । ଦେଶରେ ଦିନକରେ 71 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 3,383 ଜଣ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୩୦ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ 27,802ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ 0.56% ଥିବାବେଳେ ସାପ୍ତାହିକ ପଜିଟିଭ ରେଟ୍ 0.41%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,24,61,926 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,16,352 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,81,04,96,924 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.