ETV Bharat / bharat

INDIA CORONA: କମିଲା ଦୈନିକ ସଂକ୍ରମଣ ତଥାପି ଅଢେଇ ଲକ୍ଷ ପଜିଟିଭ - ଭାରତ କୋରୋନା

ଭାରତରେ ତଳମୁହାଁ ହେଲେ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,55,874 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ୩ ଲକ୍ଷ ତଳେ ଦୈନିକ ସଂକ୍ରମଣ
INDIA CORONA: ୩ ଲକ୍ଷ ତଳେ ଦୈନିକ ସଂକ୍ରମଣ
author img

By

Published : Jan 25, 2022, 9:30 AM IST

ନୂଆଦିଲ୍ଲୀ: ସଂକ୍ରମଣରେ ବଡ ହ୍ରାସ । ଭାରତରେ ତଳମୁହାଁ ହେଲା କୋରୋନା ଗ୍ରାଫ୍ । ୩ ଲକ୍ଷ ତଳକୁ ଦୈନିକ ଖସିଲା ସଂକ୍ରମଣ(India reports less than 3 lakh COVID cases) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,55,874 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି(ସୋମବାର) ଅପେକ୍ଷା 50,190 କମ୍ । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ 2,67,753 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୬୧୪ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଦେଶରେ ପ୍ରଥମ କରି ସୁସ୍ଥ ସଂଖ୍ୟା ସଂକ୍ରମଣଠୁ ଅଧିକ ରହିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 22,36,842ରେ ପହଞ୍ଚିଛି । ଭାରତର ଦୈନିକ ପଜିଟିଭ ହାର ମଧ୍ୟ ହ୍ରାସ ପାଇ 15.52%ରେ ରହିଛି । ଏହି କ୍ରମରେ ଦେଶରେ ଏଯାବତ୍ ୧୬୨.୭୭ କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି । ସୋମବାର ସନ୍ଧ୍ୟା ୭ ସୁଦ୍ଧା ୪୯ ଲକ୍ଷରୁ ଅଧିକ ଟିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.