ETV Bharat / bharat

INDIA CORONA: ଦିନକରେ ୨.୮୫ ଲକ୍ଷ ନୂଆ ସଂକ୍ରମିତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 2,85,914 ନୂଆ ସଂକ୍ରମିତ ଚିହ୍ନଟ ଏବଂ 665 ମୃତ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୨.୮୫ ଲକ୍ଷ ନୂଆ ସଂକ୍ରମିତ
INDIA CORONA: ଦିନକରେ ୨.୮୫ ଲକ୍ଷ ନୂଆ ସଂକ୍ରମିତ
author img

By

Published : Jan 26, 2022, 10:14 AM IST

ନୂଆଦିଲ୍ଲୀ: ପୁଣି ବଢିଲା ସଂକ୍ରମଣ । ଦେଶରେ ପଜିଟିଭ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଆଜି ୩ ଲକ୍ଷ ତଳେ ଦୈନିକ ମାମଲା ଆସିଥିଲେ ହେଁ ଗତକାଲି(ମଙ୍ଗଳବାର) ଅପେକ୍ଷା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,85,914 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି((India reports 2,85,914 COVID cases) । ମଙ୍ଗଳବାର ଏହି ସଂଖ୍ୟା 2,55,874 ଥିଲା । ସେହିପରି 2,99,073 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 665 କୋରୋନାରେ ପ୍ରାଣ ହରାଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

  • " class="align-text-top noRightClick twitterSection" data="">

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 22,23,018ରେ ପହଞ୍ଚିଛି । ଭାରତର ଦୈନିକ ପଜିଟିଭ ହାର 16.16% ରହିଛି । ଏହି କ୍ରମରେ ଦେଶରେ ଏଯାବତ୍ 1,63,58,44,536 କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି । ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାକ ମଧ୍ୟରେ 6,028 ମାମଲା ଚିହ୍ନଟ ହୋଇଛି ଏବଂ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ପଜିଟିଭ ରେଟ୍ 10.55 ପ୍ରତିଶତକୁ ଖସି ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.