ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଏକ ପ୍ରକାର କମ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ 45 ହଜାର 352 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । 366 ଜଣଙ୍କ ଜୀବନ ଯାଇଥିବା ବେଳେ 34 ହଜାର 791 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ତେବେ, ନୂଆ ସଂକ୍ରମିତକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 3 ଲକ୍ଷ 99 ହଜାର 778କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 39 ହଜାର 895 ଛୁଇଁଥିବା ବେଳେ 3 ଲକ୍ଷ 99 ହଜାର 778ଟି ସକ୍ରିୟ ମାମଲା ରହିଛି । 3 କୋଟି 20 ଲକ୍ଷ 63 ହଜାର 616 ଆରୋଗ୍ୟ ଲାଭ କରିଥିବା ବେଳେ 67 କୋଟି 9ଲକ୍ଷ 59 ହଜାର 968 ଜଣଙ୍କୁ ଟୀକାକରଣ କରାଯାଇଛି ।
@ANI