ETV Bharat / bharat

India Corona: କମୁଛି ସଂକ୍ରମଣ, ଦିନକରେ ୩୭୨୦ ନୂଆ ସଂକ୍ରମିତ

author img

By

Published : May 3, 2023, 11:11 AM IST

କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୩,୭୨୦ ନୂଆ ସଂକ୍ରମିତ ଚିହ୍ନଟ । ଦିନକରେ ଆଖି ବୁଜିଲେ ୧୫ ଆକ୍ରାନ୍ତ । ଅଧିକ ପଢନ୍ତୁ

India Corona
India Corona

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୫ ହଜାର ତଳକୁ ରହୁଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୩ ହଜାର ୭୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୫୩,୮୫୨ରେ ପହଞ୍ଚିଛି । ସେହିପରି ଦିନକରେ ୪୪ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୧୭୭କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୪୦, ୧୭୭ଟି ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ଆଉ ୭ ହଜାର ୬୯୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା 4,43,84,955କୁ ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୩ ପ୍ରତିଶତ ରହିଥିବା ବେଳେ ୦.୦୯ ପ୍ରତିଶତ ରହିଛି ଆକ୍ଟିଭ କେସ ।

ଏହା ମଧ୍ୟ ପଢନ୍ତୁ: Karnataka Assembly Election: ଟେନସନରେ ଟାଣୁଆ ନେତା, ସମାନ ନାମରେ ରହିଛନ୍ତି ବିରୋଧୀ ପ୍ରାର୍ଥୀ

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ କେରଳରୁ ୫ଜଣ ରହିଛନ୍ତି । ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 531584କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨ହଜାର ୪୫୯ଜଣ କୋରୋନା ଟିକା ନେଇଛନ୍ତି । ସେହିପରି ମହାମାରୀ ପର ଠାରୁ ସମୁଦାୟ ୯୨.୬୩ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ 1,50,735 କୋରୋନା ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୩ହଜାର ୭୨୦ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଦୈନିକ ସଂକ୍ରମଣ ୧୨ ହଜାରରେ ପହଞ୍ଚି ଥିଲା । ଯେଉଁ କାରଣରୁ ସମସ୍ତଙ୍କ ମଧ୍ୟରେ ଚତୁର୍ଥ ଲହର ଭୟ ସୃଷ୍ଟି ହୋଇଥିଲା । ହେଲେ ଲଗାତାର କିଛି ଦିନ ହେବ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ମାମଲା ୫ ହଜାର ତଳକୁ ଖସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.