ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲା କୋରୋନା ଗ୍ରାଫd । ଦିନକୁ ଦିନ ବଢିଚାଲିଛି ଦୈନିକ ସଂକ୍ରମଣ । ବହୁଦିନ ପରେ ଭାରତରେ ଦୈନିକ ପଜିଟିଭ ମାମଲା ୨୦ ହାଜର୍ ପାର୍ କରିଛି । ଗତ ୨୪ ଘଣ୍ଟା ଭିତରେ ଦେଶ ମଧ୍ୟରୁ ୨୨,୭୭୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 22,775 new cases) । ସେହିପରି ୮,୯୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଦିନକରେ ୪୦୬ଟି ମୁଣ୍ଡ ଗଡାଇଛି କିଲର ଭାଇରସ । ବର୍ତ୍ତମାନ ୧,୦୪,୭୮୧ଟି ସକ୍ରିୟ ମାମଲା ରହିଛି ।
ସେପେଟ ଭାରତରେ ବେଲଗାମ୍ ହେଉଛି ଓମିକ୍ରନ ଭାରିଆଣ୍ଟ । ଦୁଇ ଅଙ୍କରୁ ତିନି ଅଙ୍କ ଏବଂ ଏବେ ଚାରି ଅଙ୍କରେ ପହଞ୍ଚିଛି ଓମିକ୍ରନ ମାମଲା । ବର୍ତ୍ତମାନ ସୁଦ୍ଧା ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧,୪୩୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୪୫୪ ମାମଲା ଚିହ୍ନଟ ହୋଇଛି ।
ଏହିକ୍ରମରେ ଦିଲ୍ଲୀରୁ ୩୫୧, ତାମିଲନାଡୁରୁ ୧୧୮, ଗୁଜୁରାଟରୁ ୧୧୫, କେରଳରୁ ୧୦୯, ରାଜସ୍ଥାନରୁ ୬୯, ତେଲେଙ୍ଗାନାରୁ ୬୨, ହରିୟାଣାରୁ ୩୭, କର୍ଣ୍ଣାଟକରୁ ୩୪, ଆନ୍ଧ୍ରପ୍ରଦେଶରୁ ୧୭, ପଶ୍ଚିମବଙ୍ଗରୁ ୧୭, ଓଡିଶାରୁ ୧୪, ମଧ୍ୟପ୍ରଦେଶରୁ ୯, ଉତ୍ତରପ୍ରଦେଶରୁ ୮, ଉତ୍ତରାଖଣ୍ଡରୁ ୪, ଚଣ୍ଡୀଗଡରୁ ୩, ଜାମ୍ମୁ-କାଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ ୨, ଗୋଆରୁ ୧, ହିମାଚଳପ୍ରଦେଶରୁ ୧, ମଣିପୁରରୁ ୧ ଏବଂ ପଞ୍ଜାବରୁ ୧ଟି ମାମଲା ପ୍ରକାଶ ପାଇଛି ।
@ANI