ETV Bharat / bharat

ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଆଜିବି ୨୦ ହଜାର ତଳେ ଦୈନିକ ସଂକ୍ରମଣ, ୩୭୮ ମୃତ

author img

By

Published : Sep 29, 2021, 10:34 AM IST

ଦୀର୍ଘ 7 ମାସ ପରେ ଲଗାତାର ଦ୍ବିତୀୟ ଦିନରେ ସଂକ୍ରମଣ 20 ହଜାର ତଳକୁ ରହିଛି । ତେବେ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 18,870 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

INDIA CORONA: ଦିନକରେ 18,870 ପଜିଟିଭ ଚିହ୍ନଟ, 378 ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ଦୀର୍ଘ 7 ମାସ ପରେ ଲଗାତାର ଦ୍ବିତୀୟ ଦିନରେ ସଂକ୍ରମଣ 20 ହଜାର ତଳକୁ ରହିଛି । ତେବେ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 18,870 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 378 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 28 ହଜାର 178 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ତେବେ, ନୂଆ ଆକ୍ରାନ୍ତଙ୍କ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 37 ଲକ୍ଷ 16 ହଜାର 451କୁ ବୃଦ୍ଧି ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା 4 ଲକ୍ଷ 47 ହଜାର 751 ଛୁଇଁଥିବା ବେଳେ ଏଯାବତ 3 କୋଟି 37 ଲକ୍ଷ 16 ହଜାର 451 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ 2 ଲକ୍ଷ 82 ହଜାର 520 ସକ୍ରିୟ ମାମଲା ରହିଛି l ତେବେ, ଏପର୍ଯ୍ୟନ୍ତ ଦେଶରେ 87 କୋଟି 66 ଲକ୍ଷ 63 ହଜାର 490 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.