ETV Bharat / bharat

India Corona: 20 ହଜାର ତଳକୁ ଖସିଲା ସଂକ୍ରମଣ - ଦୈନିକ କୋରୋନା ରିପୋର୍ଟ

20 ହଜାର ତଳକୁ ଖସିଲା ଭାରତର ଦୈନିକ କୋରୋନା ସଂକ୍ରମଣ ହାର । ଗତ 24 ଘଣ୍ଟାରେ 179 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ...

india corona: 20 ହଜାର ତଳକୁ ଖସିଲା ସଂକ୍ରମଣ

author img

By

Published : Sep 28, 2021, 9:49 AM IST

ନୂଆଦିଲ୍ଲୀ: ଆସିଲା ଭାରତର ଦୈନିକ କୋରୋନା ପଜିଟିଭ ରିପୋର୍ଟ । ସଂକ୍ରମଣରେ ବଡ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 18,795 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 201 ଦିନ ପରେ 20 ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ନୂତନ ପଜିଟିଭକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 3,36,97,581କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ 179 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ 2,92,206ଟି ସକ୍ରିୟ ମାମଲା ରହିଛି । ନୂଆ ମୃତକଙ୍କୁ ମିଶାଇ ମୋଟ 4,47,373 ଜଣଙ୍କ ଜୀବନ ନେଇଛି କୋରୋନା । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ 32,9,58,002 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟାରେ 1,02,22,525 ଟୀକାକରଣ କରାଯାଇଛି । ଯାହାକୁ ମିଶାଇ ଦେଶର ମୋଟ ଟୀକାକରଣ 87,07,08,636ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.