ETV Bharat / bharat

INDIA CORONA: ଦିନକରେ 15,906 ନୂଆ ସଂକ୍ରମିତ, 561 ମୃତ - କିଲର ଭାଇରସ

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 15 ହଜାର 906 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 561 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 15,906 ନୂଆ ସଂକ୍ରମିତ, 561 ମୃତ

author img

By

Published : Oct 24, 2021, 10:26 AM IST

ନୂଆଦିଲ୍ଲୀ: ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 15 ହଜାର 906 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 561 ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୧ ଲକ୍ଷ ୭୫ ହଜାର ୪୬୮ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 54 ହଜାର 269 ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 16,479 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୫ ଲକ୍ଷ 48 ହଜାର 605ରେ ପହଞ୍ଚିଛି । ତେବେ ଦେଶରେ ସୁସ୍ଥହାର 98.17 ପ୍ରତିଶତ ରହିଛି ।

ସେହିପରି ଦେଶରେ ମୋଟ 1 ଲକ୍ଷ 72 ହଜାର 594ଟି ସକ୍ରିୟ ମାମଲା ରହିଛି । ଦେଶରେ ଆଜି ପର୍ଯ୍ୟନ୍ତ 102 କୋଟି 10 ଲକ୍ଷ 43 ହଜାର 258 ଟୀକାକରଣ ସରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.