ETV Bharat / bharat

INDIA CORONA: ଦିନକରେ 10,229 ନୂଆ ସଂକ୍ରମିତ, 125 ମୃତ

କମୁଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 229 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 125 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ଦିନକରେ 10,229 ନୂଆ ସଂକ୍ରମିତ, 125 ମୃତ
INDIA CORONA: ଦିନକରେ 10,229 ନୂଆ ସଂକ୍ରମିତ, 125 ମୃତ
author img

By

Published : Nov 15, 2021, 12:05 PM IST

ନୂଆଦିଲ୍ଲୀ: କମୁଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 229 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 125 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 11 ହଜାର 926 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 44 ଲକ୍ଷ 47 ହଜାର 536ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 63 ହଜାର 655ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 11 ହଜାର 926 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3 କୋଟି 38 ଲକ୍ଷ 49 ହଜାର 785ରେ ପହଞ୍ଚିଛି ।

ସେହିପରି ଦେଶରେ ମୋଟ 1 ଲକ୍ଷ 38 ହଜାର 96ଟି ସକ୍ରିୟ ମାମଲା ରହିଛି, ଯାହାକି 523 ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ସୁଦ୍ଧା ସମୁଦାୟ 1,12,34,30,478 ହିତାଧିକାରୀଙ୍କୁ ଟିକା ଦିଆସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.