ETV Bharat / bharat

Canada Expels Indian Diplomat: ଭାରତ ବିରୋଧରେ କାନାଡାର ସଙ୍ଗୀନ ଅଭିଯୋଗ, ଖଣ୍ଡନ କଲେ ସରକାର

author img

By ETV Bharat Odisha Team

Published : Sep 19, 2023, 10:17 AM IST

Updated : Sep 19, 2023, 10:45 AM IST

କାନାଡରେ ହିଂସା ଓ ଖଲିସ୍ତାନୀ ନେତାଙ୍କ ହତ୍ୟା ନେଇ ଭାରତକୁ ଦାୟୀ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ । ଏହାକୁ ଖଣ୍ଡନ କରିଛି ଭାରତ । ଅଧିକ ପଢନ୍ତୁ

India rejects Canadas allegation
Canadas allegation on india

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ଜଣେ ଶୀର୍ଷ ଭାରତୀୟ କୂଟନୈତିଜ୍ଞଙ୍କୁ ବହିଷ୍କାର କରିଛି । ଏହାପରେ ଟ୍ରୁଡୋଙ୍କ ଏହି ବୟାନକୁ ଖଣ୍ଡନ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗର ଜବାବ ଦେଇ କହିଛି କି କନାଡା ହିଂସା ଘଟଣାରେ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ । ଏହି ଅଭିଯୋଗ ଭିତ୍ତିହୀନ । ଏପରି ଅଭିଯୋଗରୁ ଖଲିସ୍ତାନୀ ଅତଙ୍କବାଦୀ ଏବଂ ଚରମପନ୍ଥୀଙ୍କ ଉପରୁ ଧ୍ୟାନ ହଟାଇବାକୁ ପ୍ରୟାସ କରାଯାଉଛି ।

Canada Expels Indian Diplomat
ଖଣ୍ଡନ କଲେ ସରକାର

କନାଡା ଆଜି ଜଣେ ଶୀର୍ଷ ଭାରତୀୟ କୂଟନୈତିଜ୍ଞଙ୍କୁ ବହିଷ୍କାର କରିଛି । କାନାଡ଼ା ସରକାରଙ୍କ ପକ୍ଷରୁ ଭାରତ ଉପରେ ଅଭିଯୋଗ ହୋଇଛି କି କନାଡାରେ ଖଲିସ୍ତାନୀ ସମର୍ଥକର ହତ୍ୟା ପଛରେ ଭାରତର ହାତ ରହିଛି । କାନାଡା ପିଏମ ଜଷ୍ଟିନ ଟ୍ରୁଡୋଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କହୁଯାଇଛି କି ଏହି କଥାର ପ୍ରମାଣ ଅଛି ଖଲିସ୍ତାନୀ ନାମକ ସ୍ବତନ୍ତ୍ର ସ୍ବତନ୍ତ୍ର ଟିଏଫ ମୁଖ୍ୟ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରିଛି ।

ସେପଟେ କାନାଡାର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ବାରା ଦିଆଯାଇଥିବା ଅଭିଯୋଗ ଭିତ୍ତିହୀନ ବୋଲି କରିଛି ଭାରତ । କାନାଡାରେ କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ । କାନାଡାରେ ଖଲିସ୍ତାନୀ ନେତାଙ୍କ ସକ୍ରିୟ କାର୍ଯ୍ୟକଳାପ ପୂର୍ବରୁ ରହିଛି । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ବାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟ ଉପରେ ଆକ୍ସନ ନେବାକୁ ଅପିଲ୍‌ ହୋଇଛି ।

କାନାଡରୁ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଭାରତର ହାତ ଥିବା କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି । ନିଜ୍ଜର ହତ୍ୟା ପଛର ତଦନ୍ତରେ ଭାରତୀୟ ଏଜେଣ୍ଟ୍‌ ହସ୍ତକ୍ଷେପ କରୁଛନ୍ତି । ସେପଟେ କାନାଡା ବୈଦେଶିକ ମନ୍ତ୍ରୀ ମେଲାନୀ ଜୋଲି କହିଛନ୍ତି ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଆମର ପରସ୍ପର ସହିତ କାରବାର କରିବାର ପ୍ରମୁଖ ନିୟମ ଉଲ୍ଲଘଂନ ହେବ । ତେଣୁ ଆମେ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞକୁ ବହିଷ୍କାର କରିଛୁ । ପିଏମ ଜଷ୍ଟିନ ଟ୍ରୁଡୋ ଏହି ପ୍ରସଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଗରେ ମଧ୍ଯ ଉଠାଇଛନ୍ତି ।

ଏହା ବି ପଢନ୍ତୁ...କାନାଡାରେ ଟଳିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ, ମୁଣ୍ଡରେ ଥିଲା 10 ଲକ୍ଷ ପୁରସ୍କାର

2022 ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲା । ହରଦୀପ ସିଂଙ୍କ ନେତୃତ୍ବରେ ଖଲିସ୍ତାନ ଟାଇଗର ଫୋର୍ସ ଏହି କାଣ୍ଡ ଘଟାଇଥିଲା । ଏହି ଘଟଣାରେ ଜାତୀୟ ସୁରକ୍ଷା ଏଜେନ୍ସି ତାଙ୍କ ମୁଣ୍ଡ ଉପରେ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଚଳିତ ବର୍ଷ ଜୁନ 19ରେ ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ଲଣ୍ଡନ ପୋଲିସ ଗୁଳିରେ ଟଳି ପଡ଼ିଥିଲା । ଭାରତରେ ବହୁ ହିଂସାତ୍ମକ ଘଟଣାରେ ହରଦୀପ ସିଂର ସମ୍ପୃକ୍ତି ଥିଲା । ସେ ଫେରାର ହୋଇ କାନାଡରେ ବାସବାସ କରୁଥିଲା ।

ଏହା ବି ପଢନ୍ତୁ...ସ୍ବଦେଶ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଦିଲ୍ଲୀରେ 2ଦିନ ଅଟକିଥିଲେ

ପ୍ରକାଶ ଥାଉ କି, ନୂଆଦିଲ୍ଲୀରେ ସଦ୍ୟ ସମାପ୍ତ ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେବା ପରେ କାନାଡ଼ା ଅଭିମୁଖେ ବାହିରିଥିଲେ ମାତ୍ର ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ ନୂଆଦିଲ୍ଲୀରେ ଅଧିକ ଦୁଇ ଦିନ ରହଣି ପରେ ସେପ୍ଟେମ୍ବର 12 ତାରିଖରେ କାନାଡ଼ା ଯାତ୍ରା କରିଥିଲେ ।

Last Updated : Sep 19, 2023, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.