ନୂଆଦିଲ୍ଲୀ: ଆଜି 16ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି। ଭର୍ଚୁଆଲ ମାଧ୍ୟମରେ ହେଲା କାର୍ଯ୍ୟକ୍ରମ। ଚଳିତ ବର୍ଷର ଥିମ ରହିଛି ‘ଆତ୍ମନିର୍ଭର ଭାରତ ପ୍ରତି ଯୋଗଦାନ’। ବିଶ୍ବରେ ଭାରତର ପରିଚୟ ପାଇଁ କାମ କରିବା ଜରୁରୀ। ସାରା ବିଶ୍ବରେ ଥିବା ଦେଶବାସୀଙ୍କ ସହଯୋଗ ପ୍ରଶଂସନୀୟ ବିଗତ ବର୍ଷ ସମସ୍ତଙ୍କ ପାଇଁ ପରୀକ୍ଷାର ସମୟ ଥିଲା। କୋରୋନା ସମୟରେ ଦେଶ ନିଜର ପରାକାଷ୍ଠା ଦେଖାଇଛି।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବ ସମୁଦାୟରେ ଡାଏସପୋରର ଅବଦାନକୁ ପ୍ରଶଂସା କରିଛନ୍ତି। ବିଗତ ବର୍ଷ ଗୁଡିକରେ ଅଣ-ରେସିଡେଣ୍ଟ ଭାରତୀୟମାନେ ଅନ୍ୟ ଦେଶରେ ନିଜର ପରିଚୟକୁ ମଜବୁତ କରିଛନ୍ତି ବୋଲି ମୋଦି କହିଛନ୍ତି।ସମସ୍ତ ଭାରତବାସୀ କୋଭିଡ ସହ ଲଢେଇ କରି ବିରାଟ ବଳିଦାନ ଦେଇଛ। ପିଏମ କେୟାର ଫଣ୍ଡକୁ ନିଜର ସାମର୍ଥ୍ୟ ଅନୁସାରେ ଦାନ କରି ଏହାକୁ ମଜବୁତ୍ କରିଛ ବୋଲି ଏନଆରଇ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି।
ବର୍ତ୍ତମାନ ସମୟରେ ଆମେ ଇଣ୍ଟରନେଟ ଦ୍ବାରା ଯୋଡି ହୋଇ ବିଶ୍ବର କୋଣ ଅନୁକୋଣ ବିଷୟରେ ଅବଗତ ରହୁଛେ। ହେଲେ ଆମ ମନ ମା ଭାରତୀ ପାଖରେ ରହୁଛି ବୋଲି ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି।
ଭାରତୀୟଙ୍କ ମନ୍ତ୍ର ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରୀଡ ବିଶ୍ବକୁ ଆକର୍ଷିତ କରୁଛି। ଏହା ପ୍ରମାଣ କରେ ଯେ କୌଣସି ପରିସ୍ଥିତିରେ ଭାରତର ଦକ୍ଷତା ଉପରେ କୌଣସି ପ୍ରଶ୍ନ କିମ୍ବା ସନ୍ଦେହ ନାହିଁ। ସର୍ବୋପରି ଭାରତ ପିପିଇ କିଟ୍, ମାସ୍କ, ଭେଣ୍ଟିଲେଟର ଓ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବା ସହ ବାହାରକୁ ରପ୍ତାନୀ କରି ଆତ୍ମନିର୍ଭରଶୀଳ ହୋଇଛି। ଏହାସହ ୨ଟି କୋରୋନା ଟୀକା ସହ ଭାଇରସ ସହ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଦେଶ। ଭାରତର କୋରୋନା ଭ୍ୟାକ୍ସିନକୁ ବିଶ୍ବର ଥିଲା ଅପେକ୍ଷା।