ETV Bharat / bharat

Global Hunger Index: ବିଶ୍ବ କ୍ଷୁଧା ସୂଚୀରେ ୧୧୧ତମ ସ୍ଥାନରେ ଭାରତ, ତ୍ରୁଟିପୂର୍ଣ୍ଣ କହିଲେ ସରକାର - କ୍ଷୁଧା ସୂଚୀ ତ୍ରୁଟିପୂର୍ଣ୍ଣ

କ୍ଷୁଧା ସମସ୍ୟାରେ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ବଳିଗଲା ଭାରତ । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ରେ ଉଲ୍ଲେଖ । ଅଧିକ ପଢନ୍ତୁ

Global Hunger Index
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩
author img

By ETV Bharat Odisha Team

Published : Oct 13, 2023, 11:38 AM IST

ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚୀ ୨୦୨୩ (Global Hunger Index) ଜାରି ହୋଇଛି । ଏହି ସୂଚୀରେ ଭାରତ ୧୧୧ତମ ସ୍ଥାନକୁ ଖସି ଆସିଛି । କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତରେ ଉତ୍କଟ କ୍ଷୁଧା ସମସ୍ୟା ରହିଥିବା ଦର୍ଶାଯାଇଛି । ଗତବର୍ଷ ଭାରତ ୧୦୭ତମ ସ୍ଥାନରେ ଥିଲା । ହେଲେ ଚଳିତ ବର୍ଷ ୨୮.୭ ପ୍ରତିଶତ ସ୍କୋର ସହିତ ୧୨୫ ଦେଶ ମଧ୍ୟରେ ୧୧୧ତମ ସ୍ଥାନରେ ରହିଛି । ଖାଦ୍ୟ ସଙ୍କଟ କ୍ଷେତ୍ରରେ ଭାରତର ସ୍ଥିତି ପାକିସ୍ତାନ, ବାଲାଂଦେଶ ଓ ନେପାଳ ଠାରୁ ଆହୁରି ଗମ୍ଭୀର ଥିବା ରିପୋର୍ଟରେ କୁହାଯାଇଛି । ଯାହାକୁ ଖଣ୍ଡନ କରିଛନ୍ତି ଭାରତ ସରକାର । ଏହି କ୍ଷୁଧା ସୂଚୀ ମାପଦଣ୍ଡ ତ୍ରୁଟିପୂର୍ଣ୍ଣ ହୋଇଥିବା ବେଳେ ଏହା ଭାରତର ବାସ୍ତବିକ ସ୍ଥିତି ପ୍ରତିଫଳିତ କରୁନଥିବା ସରକାର ଦାବି କରିଛନ୍ତି ।

କ୍ଷୁଧା ସୂଚୀରେ କମିଲା ଭାରତର ସ୍କୋର:

ସଦ୍ୟ ପ୍ରକାଶିତ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ବ କ୍ଷୁଧା ସୂଚୀ ୨୦୨୩ରେ ଭାରତର ସ୍କୋର ୨୮.୭ ପ୍ରତିଶତ ରହିଛି । ଯାହାର ଅର୍ଥ ଭାରତରେ କ୍ଷୁଧା ସ୍ଥିତି ଅତ୍ୟନ୍ତ ଗମ୍ଭୀର । କେବଳ ଏତିକି ନୁହେଁ, ଦେଶରେ ଚାଇଲ୍ଡ ୱେଷ୍ଟିଂ ରେଟ୍ ବା ବାଳ କୁପୋଷଣ ସ୍ଥିତି ୧୮.୭ ପ୍ରତିଶତ ସହ ସବୁଠୁ ଅଧିକ ରହିଛି । ଭାରତର ସ୍ଥିତି ଗତବର୍ଷ ଠାରୁ ଆହୁରି ଖରାପ ହୋଇଥିବା ଏଥିରେ ଦର୍ଶାଯାଇଛି ।

ଏହାମଧ୍ୟ ପଢନ୍ତୁ : Repo Rate Unchanged: ରେପୋ ରେଟ ୬.୫% ଅପରିବର୍ତ୍ତିତ ରଖିଲା ଆରବିଆଇ

ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା ଠାରୁ ପଛରେ ରହିଲା ଭାରତ:

ପାକିସ୍ତାନ ଉତ୍କଟ ଖାଦ୍ୟଭାବ ସମସ୍ୟା ସହ ଯୁଝି ହେଉଛି । ଶ୍ରୀଲଙ୍କା ଓ ବାଲାଂଦେଶର ସ୍ଥିତି ମଧ୍ୟ ସମାନ । ଏହାସତ୍ତ୍ବେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତର କ୍ଷୁଧା ସମସ୍ୟା ପଡ଼ୋଶୀ ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା ଓ ନେପାଳ ଠାରୁ ଆହୁରି ଗମ୍ଭୀର ରହିଥିବା କୁହାଯାଇଛି । ଏହି ସୂଚୀରେ ପାକିସ୍ତାନ ୧୦୨ତମ, ବାଲାଂଦେଶ ୮୧, ନେପାଳ ୬୯ ଏବଂ ଶ୍ରୀଲଙ୍କା ୬୦ ତମ ସ୍ଥାନରେ ଅଛି । ହେଲେ ୧୧୧ତମ ସ୍ଥାନରେ ରହିଛି ଭାରତ । ତେବେ ଗତବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଏହି କ୍ଷୁଧା ସୂଚୀ ରିପୋର୍ଟକୁ ଖଣ୍ଡନ କରିଥିବା ବେଳେ ଚଳିତ ବର୍ଷ ଏହାକୁ ତ୍ରୁଟିପୂର୍ଣ୍ଣ କହି ଖଣ୍ଡନ କରିଦେଇଛି । ତ୍ରୁଟିପୂର୍ଣ୍ଣ ଉପାୟରେ ଦେଶ ଗୁଡିକର କ୍ଷୁଧା ସ୍ଥିତି ମପା ଯାଉଥିବା ସରକାର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.