ETV Bharat / bharat

UK: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ବାରରେ ପୁରାଇ ଦେଲେନି ଖଲିସ୍ତାନୀ ଉଗ୍ରବାଦୀ

author img

By ETV Bharat Odisha Team

Published : Sep 30, 2023, 3:53 PM IST

ବ୍ରିଟେନର ଏକ ଗୁରୁଦ୍ବାରରେ ଭାରତୀୟ ୟୁଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦେଲେନି ଖଲିସ୍ତାନୀ ଉଗ୍ରବାଦୀ । କଡା ଆପତ୍ତି ଦର୍ଶାଇଲା ଭାରତ । ଅଧିକ ପଢନ୍ତୁ

ଭାରତୀୟ କୂଟନୈତିକ ଅଧିକାରୀଙ୍କୁ ଗୁରୁଦ୍ବାରରେ ପୁରାଇ ଦେଲାନି ବ୍ରିଟେନ ପୋଲିସ, ନୂଆଦିଲ୍ଲୀର ତୀବ୍ର ଉଦବେଗ

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାରର ହତ୍ୟାକୁ ନେଇ ଭାରତ-କାନାଡା ବିବାଦ ମଧ୍ୟରେ ଲଣ୍ଡନରେ ମଧ୍ୟ ଖଲିସ୍ତାନୀ ସମର୍ଥକ ଉଗ୍ରବାଦୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଗତକାଲି ଲଣ୍ଡନରେ ଅବସ୍ଥାପିତ ଭାରତୀୟ ୟୁଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀଙ୍କୁ ଏକ ଗୁରୁଦ୍ବାରରେ ପ୍ରବେଶ କରାଇ ଦେଇାନାହାନ୍ତି ଖଲିସ୍ତାନୀ ସମର୍ଥକ । ସ୍କଟଲ୍ୟାଣ୍ଡର ଏକ ଗୁରୁଦ୍ବାର ଗସ୍ତ କରିବା ବେଳେ ବିକ୍ରମ ଦୋରାଇସ୍ବାମୀ ଖଲିସ୍ତାନୀ ଉଗ୍ରବାଦୀମାନେ ରୋକିଥିବାର ସୂଚନା ମିଳିଛି । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ନୂଆଦିଲ୍ଲୀ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଦେଖିବାକୁ ମିଳିଥିବା ଭିଡିଓରେ ଉଚ୍ଚାୟୁକ୍ତ ଦୋରାଇସ୍ବାମୀ ଏକ କାରରେ ସ୍କଟଲ୍ୟାଣ୍ଡର ଆଲବର୍ଟ ଡ୍ରାଇଭରେ ଥିବା ଗୁରୁଦ୍ବାରରେ ପହଞ୍ଚିଥିଲେ । କାରଟି ପାର୍କିଂ ଏରିଆରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଦୁଇଜଣ ଖଲିସ୍ତାନୀ ଉଗ୍ରବାଦୀ ୟୁଚ୍ଚାୟୁକ୍ତ ଦୋରାଇସ୍ବାମୀଙ୍କ ଏହି ଗସ୍ତକୁ ବିରୋଧ କରିଥିଲେ । କାରର ଡୋରକୁ ମଧ୍ୟ ଖୋଲିବାକୁ ଦେଇନଥିବା ବେଳେ ଜଣେ ଉଗ୍ରବାଦୀ ବଳପୂର୍ବକ କାର ଡୋର ଖୋଲିବାକୁ ମଧ୍ୟ ପ୍ରୟାସ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଉଚ୍ଚାୟୁକ୍ତଙ୍କ କାରଟି ପାର୍କିଂ ସ୍ଥାନରୁ ତୁରନ୍ତ ଫେରିଯାଇଥିଲା । ଏହି ଦୁଇ ଜଣ ଖଲିସ୍ତାନୀ ଉଗ୍ରବାଦୀଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟତା ମିଳନି ।

ନିମନ୍ତ୍ରଣ କରିଥିଲେ ଗୁରୁଦ୍ବାର କମିଟି:-

ଗୁରୁଦ୍ବାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସମ୍ପୃକ୍ତ ଗୁରୁଦ୍ବାର ପରିଚାଳନା କମିଟି ଭାରତୀୟ ୟୁଚ୍ଚାୟୁକ୍ତଙ୍କୁ ନିମନ୍ତ୍ରଣ କରିଥିଲା । ହେଲେ ଏହି ଉଗ୍ରବାଦୀମାନେ ପୂର୍ବରୁ ସୂଚନା ପାଇଁ ବିରୋଧ କରିବା ପାଇଁ ପାର୍କିଂ ଏରିଆରେ ପହଞ୍ଚିଥିଲେ । ସେମାନେ ଗୁରୁଦ୍ବାର ପରିଚାଳନା କମିଟିର ସଦସ୍ୟଙ୍କୁ ମଧ୍ୟ ଧମକ ଦେଇଥିବା ସୂଚନା ମିଳିଛି ।

ନିକଟରେ କାନାଡାରେ ରହୁଥିବା ଭାରତର ମୋଷ୍ଟଓ୍ବାଣ୍ଟେଡ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏହା ପରେ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ନିକଟରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଜାତିସଂଘରେ ନିଜ ସମ୍ବୋଧନରେ ଏହି ପ୍ରସଙ୍ଗ ଉଠାଇବା ସହ କାନାଡାକୁ କଡା ଭାଷାରେ ସମାଲୋଚନା କରିଥିଲେ । କାନାଡା ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ପୃଷ୍ଠପୋଷକତା କରୁଥିବା ଓ ଏହାକୁ ବରଦାସ୍ତ କରାଯିବନି ବୋଲି ଜୟଶଙ୍କର କହିଥିଲେ ।

ଏହାରି ମଧ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସମ୍ପର୍କରେ ଏକ ଗମ୍ଭୀର ସୂଚନା ସାମ୍ନାକୁ ଆଣିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ବିଦେଶରେ ଥାଇ ଖଲିସ୍ତାନୀ ଆନ୍ଦୋଳନକୁ ପ୍ରତ୍ସାହିତ କରୁଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ଯୋଗାଯୋଗରେ ରହିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦ୍ବୀପ ସିଂ ଡଲ୍ଲା ଭାରତରେ ଟାର୍ଗେଟ କିଲିଂ ପାଇଁ ଅର୍ଥ ଯୋଗାଡରେ ଲାଗିଛି । ପଞ୍ଜାବ ଓ ଅନ୍ୟ ସ୍ଥାନରେ ଥିବା ଖଲିସ୍ତାନୀ ସଂଗଠନ, ନିଶା ମାଫିଆ, ପଞ୍ଜାବୀ ଗାୟକଙ୍କଠାରୁ ଏହି ଅର୍ଥ ସଂଗ୍ରହ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢାଉ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.