ETV Bharat / bharat

Rakhi Envelope: ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଭାରତୀୟ ଡାକ ବିଭାଗର ସ୍ପେଶାଲ ଗିଫ୍ଟ - ସ୍ପେଶାଲ ଗିଫ୍ଟ

ଭାରତୀୟ ଡାକ ବିଭାଗ ଆଣିଲା ସ୍ପେଶାଲ ରାକ୍ଷୀ ଲିଫାଫା । ବର୍ଷାରେ ଓଦା ହେଲେ ବି ନାହିଁ ଚିନ୍ତା । ଦାମ ରହିଛି ଏତିକି

Etv Bharat
Etv Bharat
author img

By

Published : Aug 12, 2023, 7:43 PM IST

ଚଣ୍ଡିଗଡ଼: ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀର ଅତୁଟ ସମ୍ପର୍କର ସାକ୍ଷୀ । ରାଗ, ରୂଷା, ଝଗଡ଼ା ମଧ୍ୟରେ ସେନେହର ଡୋରି ହେଉଛି ରାକ୍ଷୀ । ଏହି ଦିବସଟି ପ୍ରତିଟି ଭଉଣୀ ପାଇଁ ବେଶ ଆନନ୍ଦର ଦିନ । ଭଉଣୀ ଯେଉଁଠି ଥାଉ ନା କାହିଁକି ଭାଇ ହାତରେ ରାକ୍ଷୀ ଭିଡିଥାଏ । ତେବେ ଆଜିର ଯୁଗରେ ଘରେ ବାହାରେ ଯୁବତୀମାନେ ରହୁଥିବା ବେଳେ ଅଧିକାଂଶ ନିଜ ଭାଇକୁ ପୋଷ୍ଟ ଅଫିସ ମାଧ୍ୟମରେ ରାକ୍ଷୀ ପଠାଇଥାନ୍ତି । ତେବେ ଏହାକୁ ଆଖି ଆଗରେ ରଖି ସ୍ପେଶାଲ ରାକ୍ଷୀ ଲିଫାଫା ଆଣିଛି ଭାରତୀୟ ଡାକ ବିଭାଗ । ଏହାକୁ ରାକ୍ଷୀ ପୂର୍ଣ୍ଣିମା ଡିଜାଇନରେ ତିଆରି କରାଯାଇଛି । ଯାହାକି ଦେଖିବାକୁ ଯେତିକି ସୁନ୍ଦର, ସେତିକି ସୁରକ୍ଷିତ ମଧ୍ୟ ।

କଣ ରହିଛି ଖାସ୍‌ ?:- ସାଧାରଣତଃ ଲିଫାଫାଗୁଡ଼ିକ ପାଣିରେ ଓଦା ହୋଇଗଲେ ଚିରି ଯିବାର ଭୟ ରହିଥାଏ । ଏପରିକି ସାବଧାନତାର ସହ ଏହାକୁ ବ୍ୟବହାର ନ କଲେ ଏହା ଚିରି ମଧ୍ୟ ଯାଏ । ହେଲେ ଭାରତୀୟ ଡାକ ବିଭାଗ ଦ୍ବାରା ତିଆରି ହୋଇଥିବା ଏହି ରାକ୍ଷୀ ଲିଫାଫା ସହଜରେ ମୋଡି ହେବ ନାହିଁ କି ବର୍ଷାରେ ଓଦା ହେଲେ ଚିରିବ ନାହିଁ । ଏହାର ଉପରି ଭାଗ ୱାଟର୍‌ ପ୍ରୁଫ ରହିଛି । ଏବେ ବର୍ଷା ଜାରି ରହିଥିବାରୁ ଏହି ଲିଫାଫାଗୁଡ଼ିକୁ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଛି । ତେବେ ଏଭଳି ରାକ୍ଷୀ ଏବେ ସାରା ଦେଶର ପୋଷ୍ଟ ଅଫିସର ଉପଲବ୍ଧ । ଯୁବତୀମାନେ ନିଜ ଭାଇକୁ ପଠାଇବାକୁ ଥିବା ରାକ୍ଷୀକୁ ଏହା ମାଧ୍ୟମରେ ପଠାଇ ପାରିବେ ।

ଏହା ବି ପଢନ୍ତୁ- ଆସୁଛି ରାକ୍ଷୀପୂର୍ଣ୍ଣିମା, ଚର୍ଚ୍ଚାରେ ପଞ୍ଚଦ୍ରବ୍ୟ ରାକ୍ଷୀ

ଭାରତୀୟ ଡାକ ବିଭାଗ ପକ୍ଷରୁ ୨ ପ୍ରକାରର ଲିଫାଫା ତିଆରି ହୋଇଛି । ଯାହାକି ୱାଟର ପ୍ରୁଫ ରହିଛି । ଏହାର ଦାମ ୧୫ରୁ ୨୦ ଟଙ୍କା ମଧ୍ୟରେ ରହିଛି । ଛୋଟ ଆକାରର ଲିଫାଫାର ଦାମ ୧୫ ଟଙ୍କା ରହିଥିବା ବେଳେ ବଡ଼ ଲିଫାଫାର ଦାମ ୨୦ ଟଙ୍କା ରହିଛି । ଖାଲି ସେତିକି ନୁହେଁ, ରାକ୍ଷୀ ପଠାଇବା ଲାଗି ଏକ ସ୍ବତନ୍ତ୍ର ଧରଣର ବାକ୍ସ ମଧ୍ୟ ଡିଜାଇନ କରାଯାଇଛି । ଯାହାର ଦାମ ୬୦ ଟଙ୍କା ରହିଛି । ଯାହାଦ୍ବାରା ଯୁବତୀମାନେ ଚିନ୍ତାମୁକ୍ତ ହୋଇ ନିଜ ଭାଇ ପାଇଁ ଏଥିରେ ରାକ୍ଷୀ ପଠାଇ ପାରିବେ ।

ଏ ନେଇ ଲୁଧିଆନା ପୋଷ୍ଟ ଅଫିସର ଚିଫ୍‌ ପୋଷ୍ଟ ମାଷ୍ଟର କହିଛନ୍ତି, "ଏହି ରାକ୍ଷୀ ଲିଫାଫାର ଡେଲିଭରି ଲାଗି ଅଧିକ ପ୍ରାଧାନ୍ୟ ଦିଆଯିବ । ଏହାକୁ ସମୟ ପୂର୍ବରୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ସ୍ବତନ୍ତ୍ର ଧରଣର ରାକ୍ଷୀ ଲିଫାଫାକୁ ଦେଶର ସମସ୍ତ ପୋଷ୍ଟ ଅଫିସରେ ପାଇପାରିବେ । ଏହି ଲିଫାଫା ବର୍ଷାରେ ଓଦା ହେଲେ ବି ଏହାର କୌଣସି କ୍ଷତି ହେବ ନାହିଁ । ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ରାକ୍ଷୀକୁ ଡିଜାଇନ କରାଯାଇଛି । ଭଉଣୀମାନେ ଏହାକୁ ଯେକୌଣସି ପୋଷ୍ଟ ଅଫିସରୁ କିଣି ନିଜ ଭାଇମାନଙ୍କୁ ପଠାଇ ପାରିବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.