ETV Bharat / bharat

2023ରେ ଭାରତ ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ: ଅଧ୍ୟୟନ

author img

By

Published : Feb 11, 2023, 11:34 AM IST

ଚଳିତ ବର୍ଷ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ହେବ ଭାରତ । ଆସନ୍ତା ଏପ୍ରିଲ ମାସରେ ଜନସଂଖ୍ୟାରେ ଚୀନକୁ ମାତ୍ ଦେବ ଭାରତ । ୱାଶିଂଟନର ଏକ ଗବେଷଣା କେନ୍ଦ୍ର ଦ୍ବାରା ପ୍ରକାଶିତ ରିପୋର୍ଟରୁ ସୂଚନା । ଅଧିକ ପଢ଼ନ୍ତୁ

ଭାରତର ଜନସଂଖ୍ୟା
india population 2023

ନୂଆଦିଲ୍ଲୀ: ଭାରତ ଏକ ବିଶାଳ ଜନବହୁଳ ରାଷ୍ଟ୍ର । ଚଳିତ ବର୍ଷ ଏହା ବିଶ୍ବର ସବୁଠୁ ଜନ ବହୁଳରାଷ୍ଟ୍ର ଭାବେ ପରିଣତ ହେବ । ୱାଶିଂଟନ ସ୍ଥିତ ପ୍ୟୁ ଗବେଷଣା କେନ୍ଦ୍ର ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଦାବି କରାଯାଇଛି । ଚଳିତ ବର୍ଷ ଜନସଂଖ୍ୟାରେ ଚୀନକୁ ଭାରତ ମାତ ଦେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଜନସଂଖ୍ୟା କ୍ଷେତ୍ରରେ ଭାରତ ଚୀନକୁ ଅତିକ୍ରମ କରିବ । 1950 ପରଠାରୁ ଦେଶରେ ସବୁଠୁ ଅଧିକ ଜନସଂଖ୍ୟା ବୃଦ୍ଧି ପାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଭାରତ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ପରିଣତ ହେବ ବୋଲି ମିଳିତ ଜାତିସଂଘ ଆଶା କରିଛି । ଜାତିସଂଘ ଏବଂ ଅନ୍ୟାନ୍ୟ ଉତ୍ସରୁ ମିଳିଥିବା ତଥ୍ୟକୁ ବିଶ୍ଲେଷଣ କରିବା ପରେ ପ୍ୟୁ ରିସର୍ଚ୍ଚ କେନ୍ଦ୍ର ଭାରତର ଜନସଂଖ୍ୟା ଓ ଆଗାମୀ ଦଶନ୍ଧୀରେ ଏହାର ଆନୁମାନିକ ପରିବର୍ତ୍ତନ ପ୍ରସଙ୍ଗରେ ପ୍ରମୁଖ ତଥ୍ୟ ଉଲ୍ଲେଖ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: 2048 ସୁଦ୍ଧା ଭାରତ ଜନସଂଖ୍ୟା 160 କୋଟି ହୋଇପାରେ: ଅଧ୍ୟୟନ

ପ୍ୟୁ ଗବେଷଣା କେନ୍ଦ୍ରର ସୂଚନା ଅନୁଯାୟୀ, 1950 ପରଠାରୁ ଭାରତର ଜନସଂଖ୍ୟା 1 ବିଲିୟନରୁ ଅଧିକ ବୃଦ୍ଧି ପାଇଛି । ସେଥି ମଧ୍ୟରୁ 25 ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା ଭାରତ ଜନସଂଖ୍ୟାର 40 ପ୍ରତିଶତରୁ ଅଧିକ । ଭାରତ ସମେତ ଚୀନ ଏବଂ ଆମେରିକାରେ ମଧ୍ୟ ଜନସଂଖ୍ୟା ବହୁଳ ମାତ୍ରାରେ ହ୍ରାସ ପାଇଛି । ସର୍ବଶେଷ ଆକଳନ ଅନୁଯାୟୀ ଚୀନର ଜନସଂଖ୍ୟା 141.24 କୋଟି ଥିବାବେଳେ ଭାରତର ଜନସଂଖ୍ୟା 140.76 କୋଟି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: KKRTC Recruitment: ଓଜନ ବୃଦ୍ଧି ପାଇଁ ଶରୀରରେ ଲୁହା ପଥର ଲୁଚାଇଲେ ପରୀକ୍ଷାର୍ଥୀ

ଭାରତରେ ପ୍ରଜନନ ହାର ଅଧିକ: ଭାରତରେ ପ୍ରଜନନ ହାର ଚୀନ୍ ଏବଂ ଆମେରିକା ତୁଳନାରେ ଅଧିକ, କିନ୍ତୁ ଗତ ଦଶନ୍ଧି ମଧ୍ୟରେ ଏହି ହାର ଦ୍ରୁତ ଗତିରେ ହ୍ରାସ ପାଇଛି । ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତର ସମ୍ପ୍ରଦାୟ ଏବଂ ରାଜ୍ୟ ମଧ୍ୟରେ ପ୍ରଜନନ ହାର ଭିନ୍ନ ଅଟେ । ତଥ୍ୟ ଅନୁଯାୟୀ, ସହରାଞ୍ଚଳର ଭାରତୀୟ ମହିଳାମାନେ ଗ୍ରାମାଞ୍ଚଳର ମହିଳାଙ୍କ ତୁଳନାରେ 1.5 ବର୍ଷ ପରେ ସେମାନଙ୍କର ପ୍ରଥମ ସନ୍ତାନ ପାଇଛନ୍ତି । ଗତ ତିନି ଦଶନ୍ଧି ମଧ୍ୟରେ ଭାରତର ଶିଶୁ ମୃତ୍ୟୁ ହାର 70 ପ୍ରତିଶତ ହ୍ରାସ ପାଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଏହା ଅଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.