ଅଟାୱା: ବିଦେଶରେ ଭାରତୀୟଙ୍କୁ ଦାୟିତ୍ବ । ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାପରେ ଅନିତା ଆନନ୍ଦ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । କାନାଡାରେ ଦୀର୍ଘ ଦିନ ଧରି ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହରଜିତ ସଜ୍ଜନଙ୍କ ସ୍ଥାନରେ ଅନିତା ଏହି ନୂଆ ଦାୟିତ୍ବ ନେଇଛନ୍ତି ।
ଅନ୍ୟପକ୍ଷେ ସଜ୍ଜନ ଅନ୍ତର୍ଜାତୀୟ ବିକାଶ ପରିଷଦ ସଂସ୍ଥାରେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି । କାନାଡାର ନୂଆ କ୍ୟାବିନେଟରେ ୩୮ଜଣ ସଦସ୍ୟ ରହିଛନ୍ତି । ଅଧା ସଦସ୍ୟ ମହିଳା । ଅନିତା ଆନନ୍ଦ ଦ୍ବିତୀୟ ମହିଳା ଭାବରେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । ଏହି ପଦ ପାଇ ପ୍ରତିରକ୍ଷା ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ୮୪ ବର୍ଷୀୟ ଅନୀତା ଜଣ ପ୍ରମୁଖ ପ୍ରତିଦ୍ବନ୍ଦୀ ଥିଲେ ।
ଜଣେ କର୍ପୋରେଟ ଓକିଲ ଭାବରେ ତାଙ୍କର ପୃଷ୍ଠଭୂମି ସୁଦୃଢ ରହିଛି । ଅନୀତାଙ୍କ ସମେତ ଆଉ ୩ଜଣ ଭାରତୀୟ ବଂଶୋଦ୍ଭବ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୁଙ୍କ କ୍ୟାବିନେଟରେ ସ୍ଥାନ ପାଇଁଛନ୍ତି । ୪୬ ପ୍ରତିଶତ ଭୋଟ୍ ସହିତ ଆନନ୍ଦଙ୍କୁ ଓକଭିଲରେ ବିଜେତା ଘୋଷିତ କରାଯାଇଥିଲା । ସେ ପ୍ରଥମେ 2019 ରେ ଅନଟାରିଓ ପ୍ରଦେଶର ଓକଭିଲ୍କୁ ପ୍ରତିନିଧିତ୍ୱ କରୁଥିବା ଜଣେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ପ୍ରକାଶ ଥାଉକି, ଅନିତା ଏହା ପୂର୍ବରୁ କୋରୋନା ମହାମାରୀ ସମୟରେ ପ୍ରୋକ୍ୟୁରମେଣ୍ଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ