ETV Bharat / bharat

Global Investors Summit: ନିବେଶକଙ୍କ ପାଇଁ ଭାରତ ପ୍ରକୃତ ଠିକଣା କହିଲେ ପ୍ରଧାନମନ୍ତ୍ରୀ - ଗ୍ଲୋବାଲ ଇନଭେଷ୍ଟର୍ସର ସମିଟରେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶରେ ଆୟୋଜିତ ଗ୍ଲୋବାଲ ଇନଭେଷ୍ଟର୍ସର ସମିଟରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( Global Investors Summit ) । 2014ରୁ ଭାରତ ରୂପାନ୍ତର, ପୁନଃଗଠନ ଓ ପ୍ରଦର୍ଶନ ପଥରେ ରହିଥିବା କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Global Investors Summit
PM Modi at Global Investors Summit
author img

By

Published : Jan 11, 2023, 7:01 PM IST

ନୂଆଦିଲ୍ଲୀ: ବିକଶିତ ଭାରତ ନିର୍ମାଣରେ ମଧ୍ୟପ୍ରଦେଶର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆସ୍ଥା, ଆଧ୍ୟତ୍ମିକତାରୁ ନେଇ ପର୍ଯ୍ୟଟନ କୃଷିରୁ ନେଇ ଶିକ୍ଷା ଓ ବିକାଶ ଦକ୍ଷତାରେ ମଧ୍ୟପ୍ରଦେଶ ଅବିଶ୍ବସନୀୟ । ଯେବେ ଆମେ ବିକଶିତ ଭାରତ କଥା କହୁ ସେବେ ଆମର କେବଳ ଆଶା ନୁହେଁ ଏହା ସମସ୍ତ ଭାରତୀୟଙ୍କ ସଂକଳ୍ପ । ଉନ୍ନତ ଓ ବିକଶିତ ଭାରତ ତିଆରି କରିବା ପାଇଁ ଆମେ ସଂକଳ୍ପବଦ୍ଧ । 2014ରୁ ଭାରତ ରୂପାନ୍ତର, ପୁନଃଗଠନ ଓ ପ୍ରଦର୍ଶନ ପଥରେ ରହିଛି । ଭିସି ଜରିଆରେ ମଧ୍ୟପ୍ରଦେଶରେ ଆୟୋଜିତ ଗ୍ଲୋବାଲ ଇନଭେଷ୍ଟର୍ସର ସମିଟରେ ଅଧକ୍ଷତା କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ସବୁ କ୍ଷେତ୍ରରେ ଭାରତ ନୂଆ ସମ୍ଭାବନା ଅପକ୍ଷା କରିଛି । ଏହା ଭାରତ ସହିତ ଏକ ନୂଆ ଗ୍ଲୋବାଲ ସପ୍ଲାଏ ଚେନ ନିର୍ମାଣ କରିବାର ସମୟ ଆସିଛି । 8 ବର୍ଷରେ ଆମେ ଜାତୀୟ ରାଜପଥ ନିର୍ମାଣ ଗତି ଦ୍ବିଗୁଣା ହୋଇଛି । ଭାରତର ଏୟାରପୋର୍ଟ ସଂଖ୍ୟା ଦ୍ବିଗୁଣା ହୋଇଛି । ଦେଶର ପୋର୍ଟ ହ୍ୟାଣ୍ଡଲିଂ ଦକ୍ଷତା ଏବଂ ପୋର୍ଟ ଟର୍ଣ୍ଣଆଉଟରେ ଅଦ୍ଭୂତପୂର୍ବ ସୁଧାର ଆସିଛି । ଏକ୍ସପ୍ରେସ ୱେ, ଲଜିଷ୍ଟିକ୍ସ ପାର୍କ ନୂଆ ଭାରତର ପରିଚୟ ହେବାକୁ ଯାଉଛି ।" PM ଗତିଶକ୍ତି ମାଷ୍ଟର ପ୍ଲାନ ରୂପରେ ପ୍ରଥମ ଥର ଭାରତ ଭିତ୍ତିଭୂମି ନିର୍ମାଣରେ ରେକର୍ଡ ସୃଷ୍ଟି କରିଛି । ଗ୍ଲୋବାଲ ଅର୍ଥନୀତିରେ ଭାରତର ଏକ ଉଜ୍ବଳ ଭବିଷ୍ୟ ଦେଖା ଯାଉଥିବା ବିଶେଷଜ୍ଞମାନେ ଆକଳନ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ବାରଣାସୀରେ MV ଗଙ୍ଗା ବିଳାସ, ଶୁକ୍ରବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଭାରତର ଶକ୍ତିଶାଳୀ ମାକ୍ରୋଇକୋନୋମିକ ଫଣ୍ଡାମେଣ୍ଟାଲ ପାଇଁ ଆଗମୀ 4ରୁ 5 ବର୍ଷ ମଧ୍ୟରେ ଭାରତ ତୃତୀୟ ବଡ ଅର୍ଥନୀତି ଦେଶ ହେବାକୁ ଯାଉଛି । ବେସରକାରୀ ସେକ୍ଟର ଉପରେ ବିଶ୍ବାସ କରି ଆଗକୁ ବଢୁଛି ନୂଆ ଭାରତ । ଆମେ ପ୍ରତିରକ୍ଷା, ଖଣି ଏବଂ ସ୍ପେସ୍ ଭଳି ଅନେକ ରଣନୈତିକ କ୍ଷେତ୍ର ବେସରକାରୀ ସେକ୍ଟର ପାଇଁ ଖୋଲିଛୁ । 2014ରୁ ଭାରତ ରୂପାନ୍ତର, ପୁନଃଗଠନ ଓ ପ୍ରଦର୍ଶନ ପଥରେ ଆଗଉଛି । ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି । ସର୍ବାଧିକ ନିବେଶକ ଭାରତ ଉପରେ ନିର୍ଭରଶୀଳ । ବର୍ତ୍ତମାନ ଭାରତ ରେକର୍ଡ ବ୍ରେକିଂ FDI ଗ୍ରହଣ କରୁଛି ।"

ଏକ ସ୍ଥିର ନିର୍ଣ୍ଣାୟକ ସରକାର, ସଠିକ ମାର୍ଗରେ ଚାଲୁଥିବା ସରକାର ବିକାଶକୁ ଅଦ୍ଭୂତପୂର୍ବ ଗତି ଦେଖାଇଥାଏ । ଦେଶ ପାଇଁ ପ୍ରତି ଜରୁରୀ ନିଷ୍ପତ୍ତି ନିଆଯାଇଥାଏ । ଛୋଟଛୋଟ ଆର୍ଥିକ ତ୍ରୁଟିକୁ ସୁଧାରିଛୁ । ନିବେଶକଙ୍କ ରାସ୍ତା ସହଜ କରିଛୁ । ମଧ୍ୟପ୍ରଦେଶର ସଂକଳ୍ପ, ସମାର୍ଥ୍ୟ ସମସ୍ତ ନିବେଶକଙ୍କ ପ୍ରଗତିରେ ଦୁଇପାଦ ଆଗକୁ ଚାଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.