ETV Bharat / bharat

ଦୀର୍ଘ ଦୁଇ ଦଶନ୍ଧି ପରେ ଆସନ୍ତାକାଲି ଭାରତ-ଲକ୍ସେମବର୍ଗର ଭର୍ଚୁଆଲ ସମ୍ମିଳନୀ - ସମ୍ମିଳନୀ

ଆସନ୍ତାକାଲି ଭାରତ ଓ ଲକ୍ସେମବର୍ଗର ଭର୍ଚୁଆଲ ସମ୍ମିଳନୀ । ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଥମ ଥର ଦୁଇ ଦେଶ ସାମ୍ନାସାମ୍ନି ହେବେ । ଅଧିକ ପଢନ୍ତୁ...

ଆସନ୍ତାକାଲି ଭାରତ-ଲକ୍ସେମବର୍ଗର ଭର୍ଚୁଆଲ ସମ୍ମିଳନୀ

author img

By

Published : Nov 18, 2020, 5:37 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଲକ୍ସେମବର୍ଗର ମଧ୍ୟରେ ବସିବାକୁ ଯାଉଛି ଭର୍ଚୁଆଲ ସମ୍ମିଳନୀ । ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଥମ ଥର ଦୁଇ ଦେଶ ସାମ୍ନାସାମ୍ନି ହେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ଅଧ୍ୟକ୍ଷତାରେ ବସିବ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ସମ୍ମିଳନୀ । ଉଭୟ ନେତା କୋଭିଡ ପରବର୍ତ୍ତୀ ବିଶ୍ବରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ । ପାରସ୍ପରିକ ସ୍ବାର୍ଥ ଥିବା ଅନ୍ତର୍ଜାତୀୟ ତଥା ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିୟମ କରିବେ ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଉଭୟ ଭାରତ ଏବଂ ଲକ୍ସେମବର୍ଗ ଉଚ୍ଚ ସ୍ତରୀୟ ଆଲୋଚନା ଜାରି ରଖିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ ତିନିଥର ସାକ୍ଷାତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.