ETV Bharat / bharat

ଇ-ଯାନ ବ୍ୟବହାର ବଢାଇବାକୁ E-Amrit ପୋର୍ଟାଲ ଲଞ୍ଚ କଲା ଭାରତ

ବୈଦ୍ୟୁତିକ ଯାନ ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ E-Amrit ପୋର୍ଟାଲ ଲଞ୍ଚ କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

e Amrit portal
ଇ-ଯାନ ବ୍ୟବହାର ବଢାଇବାକୁ E-Amrit ପୋର୍ଟାଲ ଲଞ୍ଚ କଲା ଭାରତ
author img

By

Published : Nov 11, 2021, 8:58 AM IST

ନୂଆଦିଲ୍ଲୀ: ସମ୍ପ୍ରତ୍ତି ପେଟ୍ରୋଲ-ଡିଜେଲ ଦରଦାମ ଏବଂ ବାୟୁ ପ୍ରଦୂଷଣ ଦେଶ ପାଇଁ ପ୍ରମୁଖ ଚିନ୍ତାର କାରଣ ସାଜିଛି । ଏଭଳି ସ୍ଥିତିରେ ବିକଳ୍ପ ଭାବେ ଉଭା ହୋଇଛି ଇ-ଯାନ ଅର୍ଥାତ୍ ବୈଦ୍ୟୁତିକ ଯାନ । ତେଣୁ ଇଲେକ୍ଟ୍ରିକ ଯାନର ବ୍ୟବହାର ବୃଦ୍ଧି ଏବଂ ଲୋକଙ୍କୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ 'E-Amrit' ନାମକ ଏକ ୱେବ୍ ପୋର୍ଟାଲ ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର । ଗ୍ଲାସଗୋରେ ଚାଲିଥିବା COP26 ସମ୍ମିଳନୀରେ E-Amrit ପୋର୍ଟାଲକୁ ଲଞ୍ଚ କରାଯାଇଛି । ବୁଧବାର ନୀତି ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ବ୍ରିଟେନ ସରକାରଙ୍କ ସହ ଜ୍ଞାନ ବିନିମୟ କାର୍ଯ୍ୟକ୍ରମ ତଥା ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ବ୍ରିଟେନ-ଭାରତ ମିଳିତ ରୋଡମ୍ୟାପ ୨୦୩୦ର ଏକ ଅଂଶ ଭାବେ ନୀତି ଆୟୋଗ ଦ୍ବାରା ଏହି ୱେବ ପୋର୍ଟାଲ ବିକଶିତ କରାଯାଇଛି । E-Amrit ପୋର୍ଟାଲ ଇଲେକ୍ଟ୍ରିକ ଯାନ ସମ୍ପର୍କିତ ସମସ୍ତ ତଥ୍ୟ ସୂଚନା ପାଇଁ ୱାନ ଷ୍ଟପ୍ ଡେଷ୍ଟିନେସନ ଅଟେ । ଏହି ୱେବ ପୋର୍ଟାଲ ମାଧ୍ୟମରେ ଇ-ଯାନ କ୍ରୟ, ବିନିଯୋଗ ସୁଯୋଗ, ପଲିସି ଓ ସବସିଡି ବିଷୟରେ ଲୋକଙ୍କ ମଧ୍ୟରେ ସମସ୍ତ ପ୍ରକାର ଭ୍ରାନ୍ତ ଧାରଣା ଦୂର କରାଯାଇପାରିବ ।

ଇ-ଯାନ କିଣିଲେ ଗ୍ରାହକ କ'ଣ ସବୁ ଫାଇଦା ପାଇବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ E-Amrit ପୋର୍ଟାଲ ଏକ ବଳିଷ୍ଠ ପଦକ୍ଷେପ । ଅତୀତରେ ଡିକାର୍ବୋନାଇଜେସନ ଏବଂ ବୈଦ୍ୟୁତିକ ଗତିଶୀଳତାକୁ ତ୍ବରାନ୍ବିତ କରିବା ପାଇଁ ଭାରତ ଅନେକଗୁଡିକ ପଦକ୍ଷେପ ଗ୍ରହଣ କରିଛି । ଯାହାମଧ୍ୟରେ FAME (ଫେମ୍) ଏବଂ PLI ଯୋଜନା ଅନ୍ୟତମ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.