ETV Bharat / bharat

One World TB Summit: 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଭାରତ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶର ବାରଣାସୀରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2025 ସୁଦ୍ଧା ଦେଶ ଯକ୍ଷ୍ମା ମୁକ୍ତ ହେବ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi at One World TB Summit
2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଭାରତ
author img

By

Published : Mar 24, 2023, 1:29 PM IST

ଲକ୍ଷ୍ନୌ: ବିଶ୍ବ ଯକ୍ଷ୍ମା ଦିବସରେ ଏକକ ଯଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସମଗ୍ର ବିଶ୍ବ 2023 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ । 2025 ସୁଦ୍ଧା ଭାରତ ଟିଭି ମୁକ୍ତ ହେବ ବୋଲି କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋର ବିଶ୍ବାସ ଅଛି ଯେ ଟିବି ବିରୋଧରେ ଆମ ବିଶ୍ବ ସଂକଳ୍ପରେ କାଶୀ ଏକ ନୂଆ ଉର୍ଜା ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' କିଛି ଦିନ ପୂର୍ବରୁ ଭାରତ 'ଏକ ପୃଥୀବି, ଏକ ସ୍ବାସ୍ଥ୍ୟ' ଭିଜନକୁ ନେଇ ଆଗକୁ ବଢୁଥିଲା ବର୍ତ୍ତମାନ ଏକକ ବିଶ୍ବ ଯକ୍ଷ୍ମା ସମ୍ମିଳନୀ ଜରିଆରେ ଗ୍ଲୋବାଲ ଗୁଡର ଏକ ସଂକଳ୍ପକୁ ପୂରଣ କରୁଛି । one world, one family, one future ବିଷୟବସ୍ତୁ ସମଗ୍ର ବିଶ୍ବର ଭବିଷ୍ୟତର ସଂକଳ୍ପ ।

  • 2030 is the global target to eradicate TB but India is now working on the target of ending TB by the year 2025: PM Narendra Modi at the 'One World TB Summit' in Varanasi, Uttar Pradesh pic.twitter.com/H3iG6Bx3xc

    — ANI (@ANI) March 24, 2023 " class="align-text-top noRightClick twitterSection" data=" ">

ଟିବି ବିରୋଧରେ ଲଢେଇରେ ଭାରତ ବଡ ବଡ କାର୍ଯ୍ୟ କରିଛି ତାହା ହେଉଛି ଜନଭାଗିଦାରୀ । ଆମେ ଟିବି ମୁକ୍ତ ଭାରତ ଅଭିଯାନ ସହ ଯୋଡି ହେବାକୁ 'ନି କ୍ଷୟ ମିତ୍ର'ର ଆହ୍ବାନ ଦେଇଥିଲେ । ଏହି ଅଭିଯାନ ପରେ 10 ଲକ୍ଷ ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଜଣେ ହେଲେ ବି ଟିବି ରୋଗୀ ଚିକିତ୍ସାରୁ ବଞ୍ଚିତ ହୋଇନାହାନ୍ତି । ଏନେଇ ଆମେ ନୂଆ ରଣନୀତି ନେଇ କାର୍ଯ୍ୟ କରିଛୁ । ଟିବି ରୋଗୀ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡି ହୋଇଛନ୍ତି । ସେମାନଙ୍କ ମାଗଣା ଚିକିତ୍ସା ପାଇଁ ଦେଶରେ ଲେନ୍ସ ସଂଖ୍ୟା ବଢାଯାଇଛି । 2030 ସୁଦ୍ଧା ବିଶ୍ବକୁ ଟିବି ମୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ 2025 ସୁଦ୍ଧା ଭାରତ ଟିବି ମୁକ୍ତ ହେବ ।''

ଏହା ବି ପଢନ୍ତୁ...Surpanakha Row: ମୋଦିଙ୍କ ବିରୋଧରେ ମାନହାନୀ ମାମଲା କରିବେ ରେଣୁକା

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ପ୍ରତି ଗାଁର ଜନପ୍ରତିନିଧି ସଂକଳ୍ପ ନେବେ ଏବେ ଆମ ଗାଁରେ ଆଉ ଜଣେ ବି ଟିବି ରୋଗୀ ରହିବେ ନାହିଁ । ସେମାନଙ୍କୁ ଆମେ ସୁସ୍ଥ କରିବାକୁ ସଂକଳ୍ପ ନେବେ । ଏବେ ନୂଆ ନିୟମରେ 6 ମାସ ବଦଳରେ ସପ୍ତାହକୁ ଥରେ ଟିବି ରୋଗୀ ଔଷଧ ନେବାର ବ୍ୟବସ୍ଥା ହୋଇଛି । ଟିବି ମୁକ୍ତ ପାଇଁ ଭାରତ ଅଧିକରୁ ଅଧିକ ଟେକ୍ନୋଲୋଜିର ବ୍ୟବହାର କରୁଛି । ଆଜି ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା କମୁଛି । କର୍ଣ୍ଣାଟକ ଓ ଜମ୍ମୁ କାଶ୍ମୀର ଯକ୍ଷ୍ମା ମୁକ୍ତ ପୁରସ୍କାରରେ ସମ୍ମାନିତ କରାଯାଉଛି । ଟେଷ୍ଟ, ଟ୍ରିଟ ଓ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି ଦେଶ । ଟିବି ମୁକ୍ତ ପାଇଁ ଭାରତ ସଂକଳ୍ପ ନେଇଛି ।''

ସଂସଦୀୟ କ୍ଷେତ୍ର ବାରଣାସୀକୁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି । ୧୭୮୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ବାରାଣାସୀ କ୍ୟାଣ୍ଟ ଷ୍ଟେସନରୁ ଗୋଦୋଲିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପର ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ରହିଛି । ପାଞ୍ଚଟି ଷ୍ଟେସନ ସହିତ ରୋପୱେ ସିଷ୍ଟମର ଲମ୍ବ ୩.୭୫ କିଲୋମିଟର ହେବ ।

ଜଳ ଜୀବନ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ୧୯ଟି ପାନୀୟ ଜଳ ଯୋଜନା ଗୁଡିକର ଉତ୍ସର୍ଗ କରିଛନ୍ତି । ଯାହା ଦ୍ବାରା ୬୩ଟି ଗ୍ରାମ ପଞ୍ଚାୟତର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଗ୍ରାମୀଣ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ପିଏମ ମିଶନ ଅଧୀନରେ ୫୯ ଟି ପାନୀୟ ଜଳ ଯୋଜନା ଗୁଡିକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.