ETV Bharat / bharat

ମାନ୍ଦାବସ୍ଥାକୁ ନେଇ ପୁଣି କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

author img

By

Published : Nov 12, 2020, 12:12 PM IST

ମାନ୍ଦାବସ୍ଥାକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ, ଦେଶକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ଦୁର୍ବଳ କରୁଥିବା ସେ କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

କଂଗ୍ରେସ ନେତା ଟ୍ବିଟ୍‌ କରି କହିଛନ୍ତି, ‘ଭାରତ ଇତିହାସରେ ପ୍ରଥମ ଥର ପାଇଁ ମାନ୍ଦାବସ୍ଥାରେ ପ୍ରବେଶ କରିଛି।’ ଏହାସହ ମୋଦିଙ୍କ କାର୍ଯ୍ୟ ଭାରତକୁ ଶକ୍ତିଶାଳୀରୁ ଦୁର୍ବଳ କରିଦେଇଥିବା ମଧ୍ୟ ସେ ଟ୍ବିଟ୍‌ କରି କହିଛନ୍ତି ।

ଏକ ଖବରକାଗଜର ରିପୋର୍ଟ ଟ୍ବିଟ୍‌ କରି ସେ ଏପରି ଲେଖିଛନ୍ତି । ସୂଚନାଥାଉକି, କିଛି ମାସ ହେବ କଂଗ୍ରେସ ନେତା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି । କୋରୋନା ଭାଇରସ ସଙ୍କଟକୁ ପରିଚାଳନା କରିବାଠୁ ଆରମ୍ଭ କରି ଦେଶର ଅର୍ଥନୀତିକୁ ନେଇ ସେ ସରକାରଙ୍କୁ ଘେରୁଛନ୍ତି । ଏହାସହ ଏହି ଘଡିସନ୍ଧି ମୁହୂର୍ତ୍ତରୁ କିପରି ଦେଶ ମୁକୁଳିବ ସେନେଇ ସରକାର କିଛି ବି ପଦକ୍ଷେପ ନେଉନଥିବା ସେ ବାରମ୍ବାର ଅଭିଯୋଗ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.