ନୂଆଦିଲ୍ଲୀ: ଭାରତ ସୀମାରେ ପ୍ରବେଶ କରିଥିବା ଚୀନ ଯବାନଙ୍କୁ ଭାରତୀୟ ସେନା ଦ୍ବାରା ପୁଣି ଚୀନକୁ ଫେରେଇ ଦିଆଯାଇଛି । ଚଳିତ ବର୍ଷ ଜାନୁଆରୀ 8ରେ ଲଦାଖର ଏଲଏସି ଅତିକ୍ରମ କରି ଭାରତ ସୀମା ମଧ୍ୟରେ ପ୍ରବେଶ କରିଥିଲେ ଚୀନ ଯବାନ । ସେମାନଙ୍କୁ ଚୁସୁଲ୍ ଠାରେ ଛଡାଯାଇଛି ।
ଅଧିକାରୀଙ୍କ କହିବାନୁସାରେ, ଆଜି(ସୋମବାର) ସକାଳେ ପ୍ରାୟ 10 ଟା ସମୟରେ ଯବାନଙ୍କୁ ଚୀନ୍ ସେନାକୁ ଫେରାଇ ଦିଆଯାଇଥିଲା। 8 ମାସର ତିକ୍ତ ସୀମା ବିବାଦ ମଧ୍ୟରେ ଚୀନ ଯବାନଙ୍କୁ ପୂର୍ବ ଲଦାଖରୁ ଧରିଥିଲେ ଭାରତୀୟ ସେନା । ଗତ ବର୍ଷ ଚୀନ ସେନା ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ସୀମାରେ ଜଗି ରହିଛନ୍ତି । ଏହାସହ ଭାରତୀୟ ସେନା ମଧ୍ୟ ଚୀନ ସେନାର ସମସ୍ତ ଚେଷ୍ଟାକୁ ବିଫଳ କରିବା ପାଇଁ ସୀମାରେ ଜାଗ୍ରତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ