ETV Bharat / bharat

IMA Passing Out Parade: ଦେଶକୁ ମିଳିଲା ୨୮୮ ଯୁବ ଅଫିସର୍ସ

author img

By

Published : Jun 11, 2022, 4:53 PM IST

ଆଇଏମଏ ପାସିଂ ଆଉଟ ପରେଡ । ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନ (Indian Military Academy Dehradun) ରୁ ଆଜି 377 ଜଣ ଜେଣ୍ଟେଲମେନ କ୍ୟାଡେଟ ପାସ ଆଉଟ ହୋଇଛନ୍ତି । ଏହି ସମସ୍ତ ଅଧିକାରୀ ଏବେ ଭାରତୀୟ ସେନାର ଜଣେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିବେ । ଅଧିକ ପଢନ୍ତୁ

IMA Passing Out Parade:ସେନାରେ ସାମିଲ ହେବେ ୨୮୮ ଅଧିକାରୀ

ଡେରାଡୁନ : ଆହୁରି ମଜବୁତ ହେବ ସେନା । ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନ (Indian Military Academy Dehradun) ରୁ ଆଜି 377 ଜଣ ଜେଣ୍ଟେଲମେନ କ୍ୟାଡେଟ ପାସ ଆଉଟ ହୋଇଛନ୍ତି । ଏହି ସମସ୍ତ ଅଧିକାରୀ ଏବେ ଭାରତୀୟ ସେନାର ଜଣେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପାସ ଆଉଟ ହୋଇଥିବା ମୋଟ 377 ଜଣଙ୍କ ମଧ୍ୟରୁ 288 ଜଣ ଅଧିକାରୀ ସ୍ଥଳ ସେନାରେ କାର୍ଯ୍ୟ କରିବାକୁ ଥିବାବେଳେ ଅବଶିଷ୍ଟ 89 ଜେଣ୍ଟେଲମେନ କ୍ୟାଡେଟ ନିଜ ନିଜ ଦେଶକୁ ଯାଇ କାର୍ଯ୍ୟ କରିବେ।

ତେବେ ଏହି ପାସିଂ ଆଉଟ ପରେଡରେ ମୁଖ୍ୟ ଅତିଥି ଭାବେ (ସାଉଥ ଓ୍ବେଷ୍ଟେଣ୍ଡ କମାଣ୍ତ ଏଣ୍ଡ) ଲେଫ୍ଟ ଜେନେରାଲ ଅମରଦୀପ ସିଂ ବିନ୍ଦର (Lt Gen Amardeep Singh Bhinder) ପରେଡର ଅଭିବାଦନ ଗ୍ରହଣ କରିଥିଲେ। ଚଳିତ ଥର ପାସିଂ ଆଉଟ ପରେଡ (passing out parade )ରେ ସର୍ବାଧିକ ଅଧିକାରୀ ୟୁପିର ହିଁ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଉତ୍ତରାଖଣ୍ଡ ରହିଛି। ଉତ୍ତର ପ୍ରଦେଶର ୫୫ ଜଣ ସେନା ଅଧିକାରୀ ଚଳିତ ଥର ପାସିଂ ଆଉଟ ପରେଡ ପାସ କରିଛନ୍ତି । ୯୦ ବର୍ଷ ମଧ୍ୟରେ ଆଇଏମଏ (IMA) 63 ହଜାର 768 ସେନା ଅଧିକାରୀଙ୍କୁ ଦେଶ ପାଇଁ ପ୍ରସ୍ତୁତ କରିଛି । ଯାହା ଆଇଏମଏ ପାଇଁ ଏକ ଗୌରବମୟ ଇତିହାସ ।

ପାସିଂ ଆଉଟ ପରେଡରେ ପାସ କରିଥିବା ଜେଣ୍ଟେଲମେନ କ୍ୟାଡେଟମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିହାରର ସମସ୍ତିପୁରରେ ମସମ୍ ଭଟ୍ଟ, ଉତ୍ତରାଖଣ୍ତର ନୀରଜ ସିଂ ପପୋଲା, ହିମାଚଳର କେତେନ ପଟିଆଲ, ଦିଲ୍ଲୀର ଦିଗନ୍ତ ଗର୍ଗ ଓ ଭୁଟାନର ନମାଗେଙ୍କୁ ସମ୍ମାନୀତ କରାଯାଇଥିଲା । ଏହାସହ ସାନଗ୍ରୋ କମ୍ପାନୀକୁ ମୁଖ୍ୟ ସେନା ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଲେଫ୍ଟ ଜେନେରାଲ ଅମରଦୀପ ସିଂ ଏ ପୁରସ୍କାର ପ୍ରଦାନ କରିଥିଲେ। ଲେଫ୍ଟ ଜେନେରାଲ ଅମରଦୀପ ସିଂ ସଂଗ୍ରୋ କମ୍ପାନୀକୁ ସେନା ମୁଖ୍ୟ ପୁରସ୍କାର ପାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଲେଫ୍ଟ ଜେନେରାଲ ଅମରଦୀପ ସିଂ ବିନ୍ଦର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ପାସିଂ ଆଉଟ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବାରୁ ମୁଁ ଗର୍ବିତ । ଭାରତୀୟ ସୈନ୍ୟ ଏକାଡେମୀର ଚମତ୍କାର ତାଲିମ ପାଇଁ ସମସ୍ତ କୋଚଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ସେ । ନୂଆକରି ସେନାରେ ଯୋଗ ଦେବାକୁ ଯାଉଥିବା ଜେଣ୍ଟେଲମେନ କ୍ୟାଡେଟଙ୍କୁ ଅଭିନନ୍ଦନ ଦେବା ସହ ଜାତି ପାଇଁ କାମ କରିବାକୁ ଉତ୍ସାହିତ କରିଛନ୍ତି । ଯୋଦ୍ଧାଙ୍କର ସାମରିକ ନେତୃତ୍ବ ଦେଶ ଆଗକୁ ନେବ ବୋଲି ସେ କହିଛନ୍ତି ’ । ମୋଟ ୩୭୭ଙ୍କ ମଧ୍ୟରୁ ୮୯ ଜଣ ଅନ୍ୟ ଦେଶର ଜେଣ୍ଟେଲମେନ କ୍ୟାଡେଟଙ୍କ ମଧ୍ୟରୁ ୪୩ ଜଣ ଆଫଗାନିସ୍ତାନର ହୋଇଥିବା ବେଳେ ୧୯ ଜଣ ତାଜିକସ୍ତାନ ଓ ୧୮ ଜଣ ଭୁଟାନର ରହିଛନ୍ତି । ଭାରତୀୟ ସୈନ୍ୟ ଏକାଡେମୀରୁ ଚଳିତ ଥର ଓଡିଶାର ୨ ଜଣ ଜେଣ୍ଟେଲମେନ କ୍ୟାଡେଟ ପାସ ଆଉଟ ମଧ୍ୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.