ETV Bharat / bharat

ଦେଶରେ ପ୍ରଥମ, ପଶୁଙ୍କ ପାଇଁ ଆସିଲା IVF ମୋବାଇଲ ୟୁନିଟ - ଆଇଭିଏଫ

ପଶୁଙ୍କ ପାଇଁ ଗୁଜୁରାଟର ଅମରେଲିରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (In vitro fertilization) ଲ୍ୟାବର ଉଦଘାଟନ ହୋଇଛି । ଅଧିକ ପଢନ୍ତୁ

ivf mobile unit for animals
ivf mobile unit for animals
author img

By

Published : Jan 2, 2023, 9:06 AM IST

ଗାନ୍ଧୀନଗର: ଭାରତକୁ ମିଳିଲା ପ୍ରଥମ ଆଇଭିଏଫ ମୋବାଇଲ ୟୁନିଟ । ପଶୁଙ୍କ ପାଇଁ ଗୁଜୁରାଟର ଅମରେଲିରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (In vitro fertilization) ଲ୍ୟାବର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପେଲ ।

  • गुजरात: केंद्रीय मंत्री पुरुषोत्तम रूपाला ने अमरेली में पशुओं के लिए मोबाइल IVF लैब का उद्घाटन किया।

    उन्होंने कहा, "आज सारही तपोवन आश्रम के भूमिपूजन कार्यक्रम में भारत सरकार और अमर डेयरी के संयुक्त उपक्रम में IVF की मोबाइल वैन लोकार्पित की गई।" (01.01) pic.twitter.com/FNthiF4SZs

    — ANI_HindiNews (@AHindinews) January 1, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ''ଏହି ଆଇଭିଏଫ ମୋବାଇଲ ଭ୍ୟାନ ଭାରତ ସରକାର ଏବଂ ଅମର ଡାଏରୀ ମିଳିତ ଉଦ୍ୟମରେ ସଫଳତାର ସହ ସମର୍ପିତ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଆଇଭିଏଫ୍ ମୋବାଇଲ୍ ୟୁନିଟ୍ । ଏହି ୟୁନିଟ୍ ସହାୟତାରେ ଆଜିଠାରୁ ଆମରେଲିର ପଶୁ ପାଳକମାନଙ୍କୁ ଆଇଭିଏଫ୍ ଟେକ୍ନୋଲୋଜି ଯୋଗାଇବା କାର୍ଯ୍ୟ ଆରମ୍ଭ ହେବ ।''

ଏହା ବି ପଢନ୍ତୁ...ସୋଲାପୁର ବାଣ କାରଖାନା ବିସ୍ଫୋରଣରେ 3 ମୃତ, 10 ଆହତ

ପ୍ରକାଶ ଥାଉକି, ଆଇଭିଏଫ ଏକ ଜଟିଳ ପ୍ରଣାଳୀ ଯାହାକି ପଶୁଙ୍କ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ । ପ୍ରାଣୀମାନଙ୍କରେ ଉଚ୍ଚ ହାରରେ ଉନ୍ନତ ମହିଳା ବୀଜାଣୁର ଗୁଣନ ପାଇଁ ଏହା ଏକ ଉନ୍ନତ ପ୍ରଜନନ ପ୍ରଯୁକ୍ତିବିଦ୍ୟା । ପୂର୍ବରୁ ଏହି ଆଇଭିଏଫ ବା କୃତ୍ରିମ ଗର୍ଭଧାରଣ ଚର୍ଚ୍ଚାରେ ଥିଲା । ଏହି ପଦ୍ଧତିରେ ଦେଶରେ ଜନ୍ମ ନେଇଥିଲା ପ୍ରଥମ ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ । ଏହି ମଇଁଷି ବନ୍ନି ପ୍ରଜାତିର ଥିଲା । ଗୁଜୁରାଟର କଚ୍ଛ ଅଞ୍ଚଳରେ ବନ୍ନି ପ୍ରଜାତିର ଏକ ମଇଁଷିର IVF ପଦ୍ଧତିରେ କୃତ୍ରିମ ଗର୍ଭଧାରଣ କରାଯାଇଥିଲା । ଯାହାର ସଫଳତାର ସହ ପ୍ରଜନନ ହୋଇଥିଲା । ଏହି ପ୍ରଜାତିର ମଇଁଷି ପ୍ରଥମ ଥର ପାଇଁ IVF ମାଧ୍ୟମରେ ଛୁଆ ଜନ୍ମ କରାଯିବା ପ୍ରଥମ ଘଟଣା ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.