ETV Bharat / bharat

Predator drone deal with US: ନିଷ୍ପତ୍ତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ - ଆମେରିକା ଠାରୁ ଡ୍ରୋନ କଣିବା ପ୍ରସଙ୍ଗରେ ଗଢା ହେଲା କମିଟି

ପ୍ରେଡାଟୋର ଡ୍ରୋନ ଡିଲ୍ ପାଇଁ ଗଢା ହେଲା ଉଚ୍ଚସ୍ତରୀୟ କମିଟି । ଆବଶ୍ୟକତା ଅନୁସାରେ ଏହି କମିଟି ସ୍ଥିର କରିବ ଡ୍ରୋନ ସଂଖ୍ୟା । ଅଧିକ ପଢନ୍ତୁ

curtailed Predator drone deal with US: ନିଷ୍ପତ୍ତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ

author img

By

Published : Apr 10, 2022, 7:29 PM IST

ନୂଆଦିଲ୍ଲୀ: ମେକ ଇନ ଇଣ୍ଡିଆ ମିଶନକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ ପରେ ଭାରତ- ଆମେରିକା ମଧ୍ୟରେ ହୋଇଥିବା curtailed Predator drone କ୍ରୟ ଚୁକ୍ତିନାମାର ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ତିନି ତାରକା ପାହ୍ୟାର ଅଧିକାରୀଙ୍କୁ ଏହି ଉଚ୍ଚସ୍ତରୀୟ କମିଟିରେ ସାମିଲ କରାଯାଇଛି । ଯୁକ୍ତରାଷ୍ଟ୍ର ସହ ହୋଇଥିବା ଚୁକ୍ତିନାମାକୁ ଏହି କମିଟି ଅନୁଧ୍ୟାନ କରିବା ସହ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ନେବ ।

ସୂଚନା ଅନୁସାରେ, ଭାରତ ଆମେରିକା ଠାରୁ ଉଚ୍ଚ ଶକ୍ତିସମ୍ପନ୍ନ ଏହି ବର୍ଗର 30ଟି ଡ୍ରୋନ କିଣିବା ପାଇଁ ନିଷ୍ପତ୍ତି ନେଇଛି । ଏହି ଅତ୍ୟାଧୁନିକ ଡ୍ରୋନରେ ଉଚ୍ଚ ଦକ୍ଷତା ସମ୍ପନ୍ନ ନିରୀକ୍ଷଣ କ୍ଷମତା ସହ ମିସାଇଲ ପରିବହନ କ୍ଷମତା ମଧ୍ୟ ରହିଛି । ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟାଳୟର ଜଣେ ଲେଫ୍ଟନାଣ୍ଟ ଜେନେରାଲ ପାହ୍ୟାର ଅଧିକାରୀଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଛି ଯେଉଁଥିରେ, ତିନି ସେବାରେ କେତେ ପରିମାଣରେ ଏହି ଡ୍ରୋନ ଆବଶ୍ୟକତା ରହିଛି ଓ କେତୋଟି କ୍ରୟ କରାଯିବ ତାହା ନିର୍ଣ୍ଣୟ କରାଯିବ । ସେହିପରି ଯେପର୍ଯ୍ୟନ୍ତ ଏହି ଉପକରଣଗୁଡ଼ିକ ସ୍ୱଦେଶୀ ଭାବରେ ବିକଶିତ ହେବା ସମ୍ଭବ ନ ହୋଇଛି ସେ ପର୍ଯ୍ୟନ୍ତ କେତେ ସଂଖ୍ୟକ ଡ୍ରୋନର ଆବଶ୍ୟକତା ରହିଛି ତାହା ମଧ୍ୟ ଏହି କମିଟି ସ୍ଥିର କରିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସ୍ୱଦେଶୀ ପ୍ରତିରକ୍ଷା ମନ୍ତ୍ରୀ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ବିଦେଶରୁ ଆମଦାନୀ ହେବାକୁ ଥିବା ଏହି ପ୍ରକାର ସମସ୍ତ ଉପକରଣର କ୍ରୟ ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ଭାରତ ଦୁଇଟି ପ୍ରିଡେଟର ଡ୍ରୋନ୍ ଅପରେଟ କରୁଛି, ଯାହାକି ଏକ ଆମେରିକୀୟ ଫାର୍ମରୁ ଲିଜ୍ ସୂତ୍ରରେ ଅଣାଯାଇଛି । ଏହି ଦୁଇ ଡ୍ରୋନକୁ ନୌସେନାରେ ନିୟୋଜନ କରାଯାଇ ଥିବାବେଳେ ଏହା ଆରବ ସାଗରରେ ସର୍ଭିଲାନ୍ସ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.