ETV Bharat / bharat

India Expels Canadian Diplomat: ଭାରତର କଡା ଜବାବ, କାନାଡା ହାଇ କମିଶନରଙ୍କୁ ସମନ ପରେ ସସ୍‌ପେଣ୍ଡ୍‌

author img

By ETV Bharat Odisha Team

Published : Sep 19, 2023, 11:08 AM IST

Updated : Sep 19, 2023, 11:42 AM IST

ଯେସାକୁ ତେସା କରିଛି ଭାରତ । ଭାରତୀୟ କୂଟନୈତିଜ୍ଞଙ୍କୁ କାନାଡା ବହିଷ୍କାର କରିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର । ଅଧିକ ପଢନ୍ତୁ

india expels senior canadian diplomat
କାନାଡା ହାଇ କମିଶନରଙ୍କୁ ସମନ ପରେ ସସପେଣ୍ଟ

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଦେଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଯେସାକୁ ତେସା କରିଛି । ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର । କାନାଡ଼ା ହାଇ କମିଶନଙ୍କୁ ସମନ କରିଛନ୍ତି ଭାରତ ବୈଦେଶିକ ମନ୍ତ୍ରଣାଳୟ । ସମନ ପାଇ ବୈଦେଶିକ ମନ୍ତ୍ରଣାଳୟ ହେଡକ୍ବାର୍ଟରରେ ପହଞ୍ଚିଥିଲେ କନାଡା ହାଇ କମିଶନର କାମେରନ ମାକେ । ଏହାପରେ ତାଙ୍କୁ ବହିଷ୍କାର କରାଯାଇଛି । 5 ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ତାଙ୍କୁ କଡ଼ା ନିର୍ଦ୍ଦେଶ ହୋଇଛି ।

କାନାଡା ହାଇ କମିଶନରଙ୍କୁ ସମନ ପରେ ସସପେଣ୍ଟ
କାନାଡା ହାଇ କମିଶନରଙ୍କୁ ସମନ ପରେ ସସପେଣ୍ଟ

ଖଲିସ୍ତାନୀ ନେତାଙ୍କୁ ହତ୍ୟା ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଦେଖା ଦେଇଛି । ଜଣେ ଜଣଙ୍କର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ପ୍ରଥମେ କାନାଡା ଭାରତୀୟ ବହିଷ୍କାର କରିବା ପରେ ଯେସାକୁ ତେସା କରି ପାଲଟା ପଦକ୍ଷେପ ନେଇଛି ଭାରତ । କନାଡ଼ା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଭାରତରେ ଥିବା କାନାଡ଼ା ବରିଷ୍ଠ କୂଟନୀତିଜ୍ଞ କାମେରନ ମାକେଙ୍କ ସମନ ପରେ ବହିଷ୍କାର କରିଛି । ଏନେଇ ତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମୋଦି ସରକାର ଭାରତରେ କାନାଡା ଉଚ୍ଚାୟୁକ୍ତଙ୍କୁ ତଲବ କରିବା ସହ 5 ଦିନରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବିରୋଧୀ ଗତିବିଧି ନେଇ ଭାରତ ସରକାର ଚିନ୍ତା ପ୍ରକଟ କରି ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଜୁନରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟାକୁ ନେଇ ଏହି ସ୍ଥିତି ଉପୁଜିଛି ।

ଏହା ବି ପଢନ୍ତୁ...Canada Expels Indian Diplomat: ଭାରତ ବିରୋଧରେ କାନାଡାର ସଙ୍ଗୀନ ଅଭିଯୋଗ, ଖଣ୍ଡନ କଲେ ସରକାରପ୍ରକାଶ ପ୍ରକାଶ ଥାଉ କି, କନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କାନାଡା ସଂସଦରେ ଭାରତ ବିରୋଧରେ ଅଭିଯୋଗ ଆଣିଥିଲେ । କାନାଡାରେ ହିଂସା ଘଟାଇବା ଓ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ କରିଥିଲେ । ଏହା ସହିତ କନାଡ଼ାରେ ଜଣେ ଶୀର୍ଷ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର । ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ କାନାଡକୁ କଡା ଜବାବ ଦେଇଛି । ଭାରତରେ ଥିବା କାନାଡା ହାଇ କମିଶନର କାମେରନ ମାକେଙ୍କୁ ସମନ କରିଥଲେ । ଏହାପରେ ସେ ବୈଦେଶିକ ମନ୍ତ୍ରଣାଳୟ ହେଡ୍‌କ୍ବାର୍ଟରରେ ପହଞ୍ଚିବା ପରେ ତାଙ୍କୁ ସସ୍‌ପେଣ୍ଡ୍‌ କରାଯିବା ପରେ 5 ଦିନ ମଧ୍ୟରେ ଭାରତ ଛାଡିବାକୁ କଡ଼ା ନିର୍ଦ୍ଦେଶ ହୋଇଛି ।

Last Updated : Sep 19, 2023, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.