ନୂଆଦିଲ୍ଲୀ: ଜାତିସଂଘରେ ପୁଣି ଜମ୍ମୁ ଓ କାଶ୍ମୀରକୁ ମୁଦ୍ଦା ଉଠାଇଲା ପାକିସ୍ତାନ। 15 ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଭାରତ ଯୋଗ୍ୟ ନୁହେଁ ବୋଲି କହିଛି ପାକିସ୍ଥାନ। ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଉପରେ ଏଭଳି ଆକ୍ଷେପ କରିଛନ୍ତି ପାକିସ୍ତାନୀ ପ୍ରତିନିଧୀ ରାଷ୍ଟ୍ରଦୂତ ମୁନିର ଆକ୍ରମ। ଜମ୍ମୁ ଓ କାଶ୍ମୀରକୁ ଅନୈତିକ ଭାବେ ଭାରତ ଅକ୍ତିଆର କରି ରଖିଛି ବୋଲି ଅଭିଯୋଗ କରିଛି ପାକିସ୍ତାନ।
ସ୍ବାଧିନତା ପରଠୁ ଭାରତ 20 ଥର ଯୁଦ୍ଧ ନୀତି ଆପଣେଇଛି। ସମଗ୍ର ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ବିଶେଷ କରି ପାକିସ୍ତାନ ବିରୋଧରେ ଭାରତ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି ବୋଲି ଅଭିଯୋଗ କରିଛି ପାକିସ୍ତାନ। ଜାତିସଂଘର 193 ସଦସ୍ୟଙ୍କୁ ସମ୍ବୋଧିତ କରି ସୁରକ୍ଷା ପରିଷଦ ସଂସ୍କାରକୁ ନେଇ ବିତର୍କ ବେଳେ ଏହି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀ ପ୍ରତିନିଧୀ ରାଷ୍ଟ୍ରଦୂତ ମୁନିର ଆକ୍ରମ।
ଜମ୍ମୁ ଓ କାଶ୍ମୀର ଏକ ମୁସଲିମ ବହୁଳ ରାଜ୍ୟ ହୋଇଥିବା ବେଲେ ଏହାକୁ ଜୋରଜବରଦସ୍ତ ହିନ୍ଦୁ ରାଜ୍ୟ ଭାବେ ଗଢ଼ିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ଜମ୍ମୁ ଓ କାଶ୍ମୀରେ ଭାରତ 9 ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରିଛି। ଏହି ଦୃଷ୍ଟିରୁ ଜାତିସଂଘ ସୁରକ୍ଷା ପରିଷଦର ନିୟମ ଭଙ୍ଗ କରିଛି ଭାରତ। ଏଥିପାଇଁ ଏଭଳି ଦେଶକୁ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କାଶ୍ମୀରରେ ଭାରତ ଏକଛତ୍ରବାଦତ ଶାସନ ଚଳାଇଥିବା ଅଭିଯୋଗ କରିଛି ପାକିସ୍ତାନ।
ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗକୁ ନେଇ ବାରମ୍ବାର ଜାତିସଂଘ ନିକଟରେ ଅଭିଯୋଗ ଆଣିଛି ପାକିସ୍ତାନ। ଏଥିପାଇଁ ଅନ୍ତର୍ଜାତୀୟ କୋର୍ଟଙ୍କ ମଧ୍ୟ ଦ୍ବାରସ୍ତ ହୋଇଥିଲା ପାକିସ୍ତାନ। ତେବେ ଏହାର କିଛି ସୁଫଳ ମିଳି ନଥିଲା। ଏହାସହ ଭାରତ ସପକ୍ଷରେ ସଭିଏଁ ନିଜ ଟିପ୍ପଣୀ ରଖିଥିଲେ। ପୂର୍ବରୁ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଜାତିସଂଘରେ କଡ଼ା ଶବ୍ଦରେ ସମାଲୋଚନା କରାଯାଇଥିଲା। ଏଭଳି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ