ETV Bharat / bharat

Corona Vaccination: ଦେଶରେ ୧୨୨ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଦେଶରେ ୧୨୨ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ (India Corona Vaccination) । ଗୋଟିଏ ଦିନରେ ୩୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କୋରୋନା ଟୀକାକରଣ । ଅଧିକ ପଢନ୍ତୁ

Vaccination: ଦେଶରେ ୧୨୨  କୋଟି ଆତିକ୍ରମ କଲା ଟୀକାକରଣ

author img

By

Published : Nov 29, 2021, 10:53 AM IST

ନୂଆଦିଲ୍ଲୀ: କୋରୋନା (Covid-19 )କୁ ମାତ ଦେବା ପାଇଁ ଦେଶରେ ଚାଲିଛି ଟୀକାକରଣ । ଦେଶରେ ଏବେ ଟୀକାକରଣ (India Corona Vaccination)୧୨୨ କୋଟି ଅତିକ୍ରମ କରିଥିବା ସୂଚନା ମିଳିଛି । ଗତକାଲି ଦେଶରେ ୩୬ ଲକ୍ଷ ୫୮ ହଜାର ୭୫୬ ଟୀକୀକରଣ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟୀକାରଣ ୧୨୨ କୋଟି ୩୪ ଲକ୍ଷ ୮୧ ହଜାର ୩୪୪ରେ ପହଞ୍ଚିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳ ।

କୋରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରେ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା । ସଂକ୍ରମଣ ବିରୋଧରେ ଏବେବି ଲଢେଇ ଜାରି ରଖିଛି ଭାରତ । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.