ନୂଆଦିଲ୍ଲୀ: କୋରୋନା ଭାଇରସ ବିରୋଧରେ ଦେଶରେ ଜାରି ରହିଛି ଲଢେଇ(Fight against Corona virus in India) । ସମସ୍ତ ଦେଶବାସୀଙ୍କ ଟୀକାକରଣ ଶେଷ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଆଜି(ଶୁକ୍ରବାର) ଦେଶ ୧୩୧.୧୮ କୋଟି ଟୀକାକରଣ ରେକର୍ଡ କରିଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ(Ministry of Health and Family Welfare) ପକ୍ଷରୁ ଦିଆଯାଇଛି ସୂଚନା ।
ରିପୋର୍ଟ ଅନୁସାରେ ସକାଳ ୭ଟା ପର୍ଯ୍ୟନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଲକ୍ଷ ୫୭ ହଜାର ୯୭୦ ଜଣଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ଟୀକାକରଣ ସଂଖ୍ୟା ୧୩୧.୧୮ କୋଟି ବା ୧୩୧ କୋଟି ୧୮ ଲକ୍ଷ ୮୭ ହଜାର ୨୫୭ରେ ପହଞ୍ଚିଛି । ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ଦେଶରେ ଶୁକ୍ରବାର ୮୫୦୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୪ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ଦେଶରେ ଏବେ ୯୪ ହଜାର ୯୪୩ଟି ସକ୍ରିୟ ମାମଲା ରହିଛି ।
ଏହା ବି ପଢନ୍ତୁ: India Covid Reports: ୧୦ ହଜାର ତଳେ ଦୈନିକ ସଂକ୍ରମଣ
ମୋଟ ପଜିଟିଭଙ୍କ ମଧ୍ୟରେ ଏବେ ଦେଶରେ ସକ୍ରିୟଙ୍କ ସଂଖ୍ୟା ୦.୨୭ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୭୬୭୮ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୫ ହଜାର ୬୬ରେ ପହଞ୍ଚିଛି । ଅନ୍ୟପଟେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(Omicron Virus)କୁ ଦୃଷ୍ଟିରେ ରଖି ଟେଷ୍ଟିଂକୁ ମଧ୍ୟ ବଢାଯାଇଛି । ଆଜି ସୁଦ୍ଧା ଦେଶରେ ମୋଟ ୬୫ କୋଟି ୩୨ ଲକ୍ଷରୁ ଅଧିକ ଟେଷ୍ଟିଂ ହୋଇଛି ।
@ANI