ETV Bharat / bharat

Operation Ganga: ପାକିସ୍ତାନ ବାୟୁସୀମା ବ୍ୟବହାର କରିବାକୁ ଚାହୁଁନି ଭାରତ

author img

By

Published : Mar 3, 2022, 6:39 AM IST

ପାକିସ୍ତାନ ବାୟୁସୀମା ବ୍ୟବହାର କରବାକୁ ଚାହିଁଲା ନାହିଁ ଭାରତ । ପଡୋଶୀ ଦେଶର ବାୟୁସୀମା ପରିବର୍ତ୍ତେ ଅଧିକ ସମୟର ଉଡାଣ ପାଇଁ ଦେଖାଇଲା ଆଗ୍ରହ । ଅଧିକ ପଢନ୍ତୁ

Operation ganga: ପାକିସ୍ତାନ ବାୟୁସୀମା ବ୍ୟବହାର କରବାକୁ ଚାହିଁଲା ନାହିଁ ଭାରତ

ନୂଆଦିଲ୍ଲୀ: ୟୁକ୍ରେନରେ ଦେଖାଯାଇଥିବା ଯୁଦ୍ଧ ପରିସ୍ଥିତିରେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ ଗଙ୍ଗା । ତେବେ ସେଠାରୁ ଉଡାଣ ଭରୁଥିବା ବିମାନକୁ ପାକିସ୍ତାନ ଆକାଶ ମାର୍ଗରେ ଭାରତକୁ ଉଡାଣ ପାଇଁ ପାକିସ୍ତାନକୁ ସାମୟିକ ଅନୁମତି ମାଗିବା ପ୍ରସ୍ତାବ ଉଠିଥିଲେ ସୁଦ୍ଧା ଭାରତ ପକ୍ଷରୁ ଏପରି ପ୍ରସ୍ତାବକୁ ଏଡାଇ ଦିଆଯାଇଛି ।

ପାକିସ୍ତାନ ଓ ଭାରତ ମଧ୍ୟରେ ବର୍ତ୍ତମାନ ମଧ୍ୟ ବୁଝାମଣା ଠିକ ହୋଇ ନଥିବାରୁ ସମ୍ପର୍କରେ ମଧ୍ୟ ସେତେଟା ସୁଧାର ଆସିନାହିଁ । ତେଣୁ ଭାରତ ପଡୋଶୀ ରାଷ୍ଟ୍ରକୁ କୌଣସି ସହାୟତା ମାଗିବା ଉଚିତ ମନେ କରିନାହିଁ । ଗତ ମଙ୍ଗଳବାର ରାତିରେ ସାଉଥ୍ ବ୍ଲକରେ ସର୍ବୋଚ୍ଚ ସ୍ତରରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଏହାକୁ ବୈଠକରେ ସମ୍ପୂର୍ଣ୍ଣ ଏଡାଇ ଦିଆଯାଇଛି ।

ଭାରତରୁ ୟୁକ୍ରେନକୁ ବିମାନ ଉଡ଼ାଣ ପାଇଁ ପ୍ରାୟ 8 ଘଣ୍ଟା ସମୟ ଲାଗିଥାଏ । ତେବେ ପାକିସ୍ତାନ ବାୟୁସୀମା ବ୍ୟବହାର କରାଯାଇଥିଲେ ଏହି ଉଡାଣ ସମୟ ପ୍ରାୟ ୨୦ ମିନିଟ ହ୍ରାସ ପାଇଥାନ୍ତା । ତେବେ ପାକିସ୍ତାନ ସହ ସମ୍ପର୍କ ଠିକ ନଥିବାରୁ କୌଣସି ପରିସ୍ଥିତିରେ ବୁଝାମଣା ଚାହିଁନାହିଁ ଭାରତ । ୟୁକ୍ରେନରୁ ପ୍ରାୟ 20,000 ଭାରତୀୟ ନାଗରିକଙ୍କ ସ୍ଥାନାନ୍ତରଣରେ ବେସାମରିକ ବିମାନ ସହ ଭାରତୀୟ ବାୟୁସେନା ବିମାନ ମଧ୍ୟ ବ୍ୟବହାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.