ETV Bharat / bharat

ସରିଲା ଭାରତ-ଚୀନ ଆଲୋଚନା, ହଟ୍‌ସ୍ପ୍ରିଙ୍ଗ୍‌ରୁ ହଟିବେ ସେନା ! - india China discuss

ଭାରତ ଓ ଚୀନ ମଧ୍ୟରେ ଚାଲିଥିବା 13 ତମ ମିଲିଟାରୀ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଦୀର୍ଘ 8 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଅଧିକ ପଢନ୍ତୁ..

ସରିଲା ଭାରତ-ଚୀନ ଆଲୋଚନା, ହଟ୍‌ସ୍ପ୍ରିଙ୍ଗ୍‌ରୁ ହଟିବେ ସେନା !

author img

By

Published : Oct 10, 2021, 9:58 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖ ସଂଲଗ୍ନ ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ରବିବାର ଭାରତ ଓ ଚୀନ ମଧ୍ୟରେ ଚାଲିଥିବା 13 ତମ ମିଲିଟାରୀ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଦୀର୍ଘ 8 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଆଲୋଚନା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ରବିବାର ଦିନ 10ଟା 30ରେ ଚୀନର ମାଲଡୋରେ ଏହି ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ପୂର୍ବ ଲଦାଖର ହଟସ୍ପ୍ରିଙ୍ଗରୁ 2 ଦେଶର ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି । ହେଲେ ସୂଚନା ଅନୁଯାୟୀ, ଫଳାଫଳ ଏଯାଏଁ ଜଣାପଡିନାହିଁ । କାରଣ ଦୁଇ ଦେଶର କମାଣ୍ଡର ବୈଠକକୁ ନେଇ ଏବେ ନିଜନିଜ ଦେଶର ମିଲିଟାରୀ ଓ ରାଜନୈତିକ ନେତୃତ୍ବଙ୍କ ସହିତ ଆଲୋଚନା କରିବେ । ଏହାପରେ ହିଁ ବୈଠକର ଫଳାଫଳ ସାମ୍ନାକୁ ଆସିପାରିବ ।

ଭାରତ ପକ୍ଷରୁ ଲେହ ସ୍ଥିତ 14 ତମ କୋର କମାଣ୍ଡର, ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ ବୈଠକରେ ସାମିଲ ହୋଇଥିଲେ । ସେପଟେ ଚୀନ ପକ୍ଷରୁ ନେତୃତ୍ବ ନେଇଥିଲେ ଦକ୍ଷିଣ ଶିନଚିୟାଙ୍ଗ ମିଲିଟାରୀ କମାଣ୍ଡର ।

ଏହାପୂର୍ବରୁ ସୀମାରେ ଜାରି ବିବାଦ ମଧ୍ୟରେ 6 ଅଗଷ୍ଟରେ ଭାରତୀୟ କୂଟନୀତିର ବିଜୟ ହୋଇଥିଲା । ମାଲଡୋ ଆଲୋଚନାରୁ ବାହାରିଥିଲା ସମାଧାନର ରାସ୍ତା । ପୂର୍ବ ଲଦାଖର ଗୋଗରା ହାଇଟ୍ସ ଅଞ୍ଚଳରୁ ଭାରତ ଏବଂ ଚୀନ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ପୋଙ୍ଗୟାଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ଗତ ବର୍ଷ ମେ ୫ରେ ଆରମ୍ଭ ହୋଇଥିଲା ସାମରିକ ବିବାଦ। ଏହା ପରେ ଉଭୟ ଦେଶର ସୈନିକ ବହୁ ସଂଖ୍ୟାରେ ସୀମାରେ ମୁତୟନ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.