ETV Bharat / bharat

16 ଘଣ୍ଟା ଚାଲିଲା ଭାରତ-ଚୀନ ବୈଠକ, ସୈନ୍ୟ ହଟାଇବାକୁ ଚାପ ପକାଇଲା ଭାରତ

author img

By

Published : Feb 21, 2021, 11:02 AM IST

ଭାରତ ଓ ଚୀନ ମଧ୍ୟରେ ସରିଯାଇଛି 10ମ ପର୍ଯ୍ୟାୟ କୋର କମାଣ୍ଡର ସ୍ତରୀୟ ଆଲୋଚନା । ଦୀର୍ଘ 16 ଘଣ୍ଟା ଧରି ବସିଥିବା ଏହି ବୈଠକରେ ପୂର୍ବ ଲଦ୍ଦାଖରେ ହଟ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ ଭଳି କ୍ଷେତ୍ରରୁ ମଧ୍ୟ ସୈନ୍ୟ ଫେରାଇ ନେବା ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

16 ଘଣ୍ଟା ଚାଲିଲା ଭାରତ ଚୀନ ବୈଠକ, ପୂର୍ବ ଲଦ୍ଦାଖରୁ ସୈନ ଅପସାରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ:ଲଦାଖ ସୀମାରେ ଭାରତ ଓ ଚୀନ ସଂଘର୍ଷ । ଉଭୟ ଦେଶ ମଧ୍ୟରେ ସରିଯାଇଛି 10ମ ପର୍ଯ୍ୟାୟ କୋର କମାଣ୍ଡର ସ୍ତରୀୟ ଆଲୋଚନା। ଦୀର୍ଘ 16 ଘଣ୍ଟା ଧରି ବସିଥିବା ଏହି ବୈଠକରେ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ପୂର୍ବ ଲଦ୍ଦାଖରେ ହଟ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ ଭଳି କ୍ଷେତ୍ରରୁ ମଧ୍ୟ ସୈନ୍ୟ ଫେରାଇ ନେବା ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହୋଇଛି । ତେବେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରୁ ଭାରତ ଓ ଚୀନର ସୈନିକ, ଅସ୍ତ୍ର-ଶସ୍ତ୍ର ଏବଂ ଅନ୍ୟ ସୈନ୍ୟ ଉପକରଣ ହଟାଇବାର ପ୍ରକ୍ରିୟା ପୂରା ସରିଥିବା ବେଳେ ଏହି ବୈଠକ ବସିଛି।

ଶନିବାର ସକାଳ ୧୦ଟାରେ ଏହି କମାଣ୍ଡର ସ୍ତରୀୟ ବୈଠକ ଆରମ୍ଭ ହୋଇଥିଲା । ବାସ୍ତବିକ ନିୟନ୍ତ୍ରଣ ରେଖାର ଚୀନ ପାର୍ଶ୍ବରେ ଥିବା ମୋଲଦୋ ସୀମାରେ ହୋଇଥିବା ଏହି ଆଲୋଚନା ରାତି ୯ଟା ୪୫ରେ ଶେଷ ହୋଇଥିଲା।

ସୂତ୍ର ଅନୁସାରେ ୧୦ ପର୍ଯ୍ୟାୟର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ଯେ, ଅନ୍ୟ ଅଞ୍ଚଳରୁ ମଧ୍ୟ ସୈନ୍ୟ ଓ ଅନ୍ୟଉପକରଣ ଶୀଘ୍ର ଫେରାଇ ଆଣିବା । ଉଭୟ ପକ୍ଷର ପ୍ରତିନିଧିମାନେ ଏଥି ପାଇଁ ଆଲୋଚନା କରିଥିଲେ । ଏହି ସମୟରେ, ଶୁକ୍ରବାର ଚୀନ୍ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ଯେ, ଜୁନ୍ 2020ରେ ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଭାରତୀୟ ସେନା ସହିତ ହୋଇଥିବା ରକ୍ତାକ୍ତ ସଂଘର୍ଷରେ 5 ଜଣ ଚୀନ୍ ସେନାଙ୍କ ମୃତ୍ୟୁ ଘଟିଛି।

ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ 5 ମେ, 2020 ରେ ଭାରତୀୟ ଏବଂ ଚୀନ୍ ସେନାକଙ୍କ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଏବଂ ଉଭୟ ପକ୍ଷ କ୍ରମାଗତ ଭାବରେ ହଜାର ହଜାର ସୈନିକ ଭାରୀ ଅସ୍ତ୍ରଶସ୍ତ୍ର ନିୟୋଜନକୁ ବଢାଇ ଥିଲେ। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.