ETV Bharat / bharat

ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ସହମତ, ଶୀଘ୍ର ହେବ ଆଉ ଗୋଟିଏ ବୈଠକ - ଭାରତ-ଚୀନ ଆଲୋଚନା

ଭାରତ ଓ ଚୀନ ମଧ୍ୟରେ ଜାରି ଅଷ୍ଟମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଶନିବାର ଚୁସୁଲରେ ହୋଇଥିବା ଏହି ବୈଠକକୁ ସକାରାତ୍ମକ ବୋଲି ଦର୍ଶାଇଛି ଭାରତ । ଅଧିକ ପଢନ୍ତୁ...

ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ସହମତ, ଶୀଘ୍ର ହେବ ଆଉ ଗୋଟିଏ ବୈଠକ

author img

By

Published : Nov 8, 2020, 5:09 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖକୁ ଲାଗିଥିବା ଏଲଏସରି ଉତ୍ତେଜନା ସ୍ଥିତିକୁ ନେଇ ଭାରତ ଓ ଚୀନ ମଧ୍ୟରେ ଜାରି ଅଷ୍ଟମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଶନିବାର ଚୁସୁଲରେ ହୋଇଥିବା ଏହି ବୈଠକକୁ ସକାରାତ୍ମକ ବୋଲି ଦର୍ଶାଇଛି ଭାରତ । ତେବେ ଖୁବ ଶୀଘ୍ର ଏଲଏସିରେ ସୀମା ବିବାଦର ସମାଧାନ ନେଇ ଆଉ ଏକ ବୈଠକ ହେବା ନେଇ ଦୁଇ ଦେଶ ମଧ୍ୟରେ ସହମତ ହୋଇଥିବା କହିଛି ଭାରତ ।

ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ଅସନ୍ତୋଷକୁ ହ୍ରାସ କରିବା ପାଇଁ ଏପର୍ଯ୍ୟନ୍ତ 8ଟି ବୈଠକ ଅନୁଷ୍ଠିତ ହୋଇସାରିଲାଣି। ଶନିବାର ଲଦାଖର ଚୁସୁଲରେ ଅଷ୍ଟମ ପର୍ଯ୍ୟାୟ ବୈଠକ ପରେ ଭାରତୀୟ ପକ୍ଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏଲଏସିରେ ସୀମା ବିବାଦ ଉପରେ ଭାରତ ଏବଂ ଚୀନ ମଧ୍ୟରେ ଏକ ଗଭୀର ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ସଚ୍ଚୋଟତାର ସହ କାର୍ଯ୍ୟକାରୀ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି।

ଉଭୟ ଦେଶ ସୀମାରେ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି ଏବଂ କୌଣସି ଭୁଲ ବୁଝାମଣାକୁ ଏଡ଼ାଇବା ପାଇଁ ଏମାନେ ପ୍ରତିବଦ୍ଧ। ଅଷ୍ଟମ ପର୍ଯ୍ୟାୟ ବୈଠକ ପରେ ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଆଉ ଏକ ବୈଠକ ହେବ ବୋଲି ଜଣାପଡିଛି । ଏହା ଦ୍ବାରା ଅଧିକ ଆଲୋଚନା ହୋଇପାରିବାର ରହିଛି ସମ୍ଭାବନା ।

ଏହା ପୂର୍ବରୁ ଅକ୍ଟୋବର 13ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିଲା ସପ୍ତମ ପର୍ଯ୍ୟାୟ ସୈନ୍ୟ ଆଲୋଚନା । 13 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଏଲଏସିରେ ସୈନ୍ୟ ପ୍ରତ୍ୟାହାର ବିଷୟରେ ଭାରତ ଓ ଚୀନ ମଧ୍ୟରେ ଗମ୍ଭୀର, ବ୍ୟାପକ ଓ ରଚନାତ୍ମକ ଆଲୋଚନା ହୋଇଥିଲା ।

ସୂଚନା ଅନୁଯାୟୀ ସପ୍ତମ ପର୍ଯ୍ୟାୟ ସୈନ୍ୟ ବାର୍ତ୍ତାରେ ଭାରତ ଓ ଚୀନ ପରସ୍ପର ମଧ୍ୟରେ ଥିବା ମତଭେଦକୁ ବିବାଦରେ ପରିବର୍ତ୍ତିତ ହେବାକୁ ଦେବେ ନାହିଁ ବୋଲି ସହମତି ପ୍ରକାଶ ପାଇଥିଲା । ଏହି ବିବୃତ୍ତିରେ କୁହାଯାଇଥିଲା ଯେ ଭାରତ ଏବଂ ଚୀନ ସେମାନଙ୍କ ନେତାଙ୍କ ମଧ୍ୟରେ ଥିବା ଗୁରୁତ୍ବପୂର୍ଣ୍ଣ ବୁଝାମଣାକୁ ଗମ୍ଭୀରତାର ସହ କାର୍ଯ୍ୟକାରୀ କରିବାକୁ ସହମତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.