ନୂଆଦିଲ୍ଲୀ: ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ଶକ୍ତି ସଚିବ ଜେନିଫର ଗ୍ରାନହୋଲମ ଭାରତ-ଆମେରିକାର କୌଶଳ ଶକ୍ତି ଭାଗିଦାରୀ (SEP) କୁ ନବୀକରଣ କରିବାକୁ ସହମତ ହୋଇଛନ୍ତି। ସୋମବାର ଧର୍ମେନ୍ଦ୍ର ପ୍ରଧାନ, ଆମେରିକା ଶକ୍ତି ସଚିବଙ୍କ ସହ ଏକ ପ୍ରାରମ୍ଭିକ ବୈଠକ କରିଥିଲେ ଏବଂ SEP ନେଇ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନୂତନ ପ୍ରାଥମିକତାକୁ ପ୍ରତିଫଳିତ କରିବା ପାଇଁ ଭାରତ-ଆମେରିକା SEP ନବୀକରଣ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ଏହି ବୈଠକରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଅଧିକ ସହଯୋଗ ଏବଂ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କିତ ମିଳିତ R&D କୁ ପ୍ରାଥମିକତା ଦେବାକୁ ସହମତ ହୋଇଥିଲେ।ଏତଦବ୍ୟତୀତ, ଉଭୟ ପକ୍ଷ ନବୀକରଣ ହୋଇଥିବା ଭାରତ-ଆମେରିକା SEP ର ତୃତୀୟ ବୈଠକ ଆରମ୍ଭ କରିବାକୁ ରାଜି ହୋଇଥିଲେ। ଆମେରିକାର ଉନ୍ନତ ଜ୍ଞାନକୌଶଳ ଏବଂ ଭାରତର ଶକ୍ତି ବଜାରକୁ ଦ୍ରୁତ ଗତିରେ ବୃଦ୍ଧି କରିବା ପାଇଁ ଉଭୟ ଦେଶ ନିଜ ନିଜ ପ୍ରୟାସକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଥିଲେ।