ETV Bharat / bharat

ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ମଧ୍ୟରେ ହେବ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ - ସୈନ୍ୟ ପ୍ରତ୍ୟାହାର

ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ମଧ୍ୟରେ ଚୀନ ଓ ଭାରତ ଦଶମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ । ଅଧିକ ପଢନ୍ତୁ...

ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ମଧ୍ୟରେ ହେବ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ

author img

By

Published : Feb 12, 2021, 8:54 PM IST

ନୂଆଦିଲ୍ଲୀ: ସୀମାରେ ଶାନ୍ତି ଫେରାଇ ଆଣିବାକୁ ପାଙ୍ଗୋଙ୍ଗ୍‌ ହ୍ରଦ ନିକଟ ଉଭୟ ଭାରତ ଓ ଚୀନ ଜାରି ରଖିଛନ୍ତ ସୈନ୍ୟ ପ୍ରତ୍ୟହାର ପ୍ରକ୍ରିୟା । ତେବେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ମଧ୍ୟରେ ଚୀନ ଓ ଭାରତ ଦଶମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ । ତେବେ ବୈଠକ ନେଇ କୌଣସି ତାରିଖ ସ୍ଥିର କରାଯାଇନାହିଁ ।

ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହେବାର 48 ଘଣ୍ଟା ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରିବାକୁ ଭାରତ ଏବଂ ଚୀନ ସହମତ ହୋଇଛନ୍ତି । WMCC ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର କରାଯାଇ ନାହିଁ ।

ଏହାପୂର୍ବପୁ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇ କହିଥିଲେ ଯେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ଚୀନ ଏହି କଥାରେ ମଧ୍ୟ ସହମତ ହୋଇଛି ଯେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ଭିତରେ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ହେବ ।

ଗୁରୁବାର ସୈନ୍ୟ ପ୍ରତ୍ୟାହାରର ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ଉଭୟ ଦେଶର ସୈନ୍ୟ ଅଧିକାରୀ ପରସ୍ପର ସହ ହାତ ମିଳାଉଛନ୍ତି । ଏହା ପରେ ଭାରତ ଏବଂ ଚୀନ ସେନାର ସେନା ଟ୍ୟାଙ୍କ୍‌ ଗୋଟିଏ ପରେ ଗୋଟିଏ ପଛକୁ ହଟୁଥିବାର ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.