ETV Bharat / bharat

Global Digital Health Summit: ପ୍ରଥମ ଥର ହୋଷ୍ଟ କରିବ ଭାରତ

ପ୍ରଥମ ଥର ଭାରତ ହୋଷ୍ଟ କରିବ ଗ୍ଲୋବାଲ ଡିଜିଟାଲ ହେଲ୍‌ଥ ସମିଟ କାର୍ଯ୍ୟକ୍ରମ । ଲୋକଙ୍କ ଡିଜିଟାଲ ସେବା ଯୋଗାଇଦେବା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Global Digital Health Summit: ହୋଷ୍ଟ କରିବ ଭାରତ

author img

By

Published : Oct 10, 2022, 6:37 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଥମ କରି ଗ୍ଲୋବାଲ ଡିଜିଟାଲ ହେଲ୍‌ଥ ସମିଟ (Global Digital Health Summit)ର ଆୟୋଜନ କରିବ ଭାରତ । ଚଳିତ ମାସ ୨୮ ଓ ୨୯ ତାରିଖ ୨ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା (Union Health Minister Dr Mansukh Mandaviya) ଯୋଗଦେବେ ବୋଲି ଜଣାପଡ଼ିଛି ।

ଦେଶର ପ୍ରତିଟି ଲୋକଙ୍କ ନିକଟରେ କିପରି ଡିଜିଟାଲ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିବ, ଏହାକୁ ପହଞ୍ଚାଇବାରେ କଣ ସବୁ ଅସୁବିଧା ରହିବ ଏବଂ ତାକୁ କିପରି ଦୂରୀଭୂତ କରାଯିବ ସେ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯିବ । କିପରି ସଂସ୍ଥାଗୁଡ଼ିକ ସହଜରେ ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରିପାରିବେ ଏବଂ ଏଥିରେ ପ୍ରଫେସନାଲ ହୋଇପାରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ କମନୱେଲ୍ଥ ଜେନେରାଲ ସେକ୍ରେଟାରୀ ସ୍କଟଲ୍ୟାଣ୍ଡ କେସି (Patricia Scotland KC) ଯୋଗଦେବେ ।

ଏହା ବି ପଢନ୍ତୁ- ବର୍ଷା ପାଣି ଗର୍ତ୍ତରେ ବୁଡ଼ିଗଲେ ୬ ଶିଶୁ: ଜଣେ ଉଦ୍ଧାର, ୫ ନିଖୋଜ

ଗ୍ଲୋବାଲ ହେଲ୍ଥ କନେକ୍ଟର ପାର୍ଟନରସିପ ସହିତ ବିଶ୍ବର ପ୍ରମୁଖ ଡିଜିଟାଲ ସ୍ବାସ୍ଥ୍ୟ ସଙ୍ଗଠନ ସହିତ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟ ଡିଜିଟାଲ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ସହାୟକ ହେବ । ସ୍ବାସ୍ଥ୍ୟ ସେବାରେ ଡିଜିଟାଲ ଯୁଗର ପ୍ରବେଶର ଆବଶ୍ୟକତା ରହିଛି । ସ୍ବାସ୍ଥ୍ୟ ସେବାରେ ଡିଜିଟାଲାଇଜେସନକୁ ଗ୍ରହଣ କରିବା ରୋଗୀଙ୍କ ସମେତ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ସଂସ୍ଥା ପ୍ରତି ମଧ୍ୟ ଫଳପ୍ରଦ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.