ETV Bharat / bharat

India Air Force Day: ଦିଲ୍ଲୀ ନୁହେଁ, ଚଣ୍ଡିଗଡରେ ହେବ ପରେଡ ଓ ଫ୍ଲାଏପାଷ୍ଟ

author img

By

Published : Jul 16, 2022, 6:13 PM IST

ଚଳିତ ବର୍ଷ ହିଣ୍ଡନ ଏୟାର ବେସ ପରିବର୍ତ୍ତେ ଚଣ୍ଡିଗଡରେ ପାଳନ ହେବ ବାୟୁସେନା ଦିବସ । ପରେଡ ସହ ହେବ ଫ୍ଲାଏପାଷ୍ଟ । କାର୍ଯ୍ୟକ୍ରମରେ ସାମିଲ ହୋଇ ମଜା ନେଇପାରିବେ ଦର୍ଶକ । ଅଧିକ ପଢନ୍ତୁ

India Air Force Day: ଦିଲ୍ଲୀ ନୁହେଁ, ଚଣ୍ଡିଗଡରେ ହେବ ପରେଡ ଓ ଫ୍ଲାଏ ପାଷ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷର ବାୟୁସେନା ଦିବସ (Air Force Day) ଜାତୀୟ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଚଣ୍ଡିଗଡରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ ବରଂ ଦେଶର ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଇଭେଣ୍ଟ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଇନିସିଏଟିଭ ଅନୁସାରେ, ଏହି ନିଷ୍ପତ୍ତି ଗ୍ରହଣ କରିଛି ଭାରତୀୟ ବାୟୁସେନା । ଚଣ୍ଡିଗଡରେ ପରେଡେ ଓ ଫ୍ଲାଏପୋଷ୍ଟ ମଧ୍ୟ ଆୟୋଜିତ ହେବ । ପୂର୍ବରୁ ବାୟୁସେନାର ଏହି ବାର୍ଷିକ କାର୍ଯ୍ୟକ୍ରମ NCR ଅନ୍ତର୍ଗତ ଗାଜିଆବାଦସ୍ଥିତ ହିଣ୍ଡନ ଏୟାର ବେସରେ ଆୟୋଜିତ ହେବା ନେଇ ପ୍ରସ୍ତୁତି ହୋଇଥିଲା ।

ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଯାଉଛି । ଏହି ଅବସରରେ ବାୟୁସେନା ପରେଡ ଓ ଫ୍ଲାଇପାଷ୍ଟ ମଧ୍ୟ ଆୟୋଜନ କରିବ । ବାୟୁସେନାର ଲଢୁଆ ବିମାନଗୁଡିକ ଭାରତୀୟ ବାୟୁସେନାର ସାମର୍ଥ୍ୟ ଓ ଉଡାଣ କୌଶଳ ପ୍ରଦର୍ଶନ କରିବେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ଉପଭୋଗ କରିବା ପାଇଁ ଦେଶରୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ଦିଲ୍ଲୀରେ ସବୁ ବର୍ଷ ଆୟୋଜନ ଫଳରେ ସମସ୍ତେ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତି । ଦେଶ ଭିନ୍ନଭିନ୍ନ ପ୍ରାନ୍ତରେ ଏପରି କାର୍ଯ୍ୟକ୍ରମ ଆୟୋଜିତ କଲେ ଅନ୍ୟମାନେ ସାମିଲ ହେବାର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି ।

ଚଣ୍ଡିଗଡରେ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ଫ୍ଲାଏପାଷ୍ଟରେ ଭାରତୀୟ ବାୟୁସେନାର ଅତ୍ଯାଧୁନିକ ଲଢୁଆ ବିମାନ ରାଫେଲ, ସୁଖୋଇ-୩୦, ମିରାଜ-୨୦୦୦ ଉଡାଣ ଦକ୍ଷତା ପ୍ରଦର୍ଶନ କରିବେ । ସେହିପରି ପ୍ରତିଥର ପରି ସୂର୍ଯ୍ୟକିରଣ ଓ ସାରଙ୍ଗ ଟିମ ମଧ୍ୟ ବିଭିନ୍ନ ସେପରେ ଉଡାଣ ଭରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.