ETV Bharat / bharat

Income Tax Return: ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଢିଲା ପୈଠର ଶେଷ ତାରିଖ

author img

By

Published : Jan 11, 2022, 8:54 PM IST

ମାର୍ଚ୍ଚ ୧୫କୁ ବଢିଲା ଆୟକର ରିଟର୍ଣ୍ଣ ଶେଷ ତାରିଖ । ସୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ । ପୂର୍ବରୁ ଡିସେମ୍ବର ୩୧ ଯାଏ ଥିଲା ଶେଷ ତାରିଖ । ଅଧିକ ପଢନ୍ତୁ

Income Tax Returns: ମାର୍ଚ୍ଚ ୧୫କୁ ବଢିଲା ପଇଠର ଶେଷ ତାରିଖ

ନୂଆଦିଲ୍ଲୀ: ମାର୍ଚ୍ଚ ୧୫କୁ ବଢିଲା ଆୟକର ରିଟର୍ଣ୍ଣ ଶେଷ ତାରିଖ । କୋରୋନା ସମୟରେ ଆୟକର ରିଟର୍ଣ୍ଣ ପୈଠ କରିବାରେ ସମସ୍ୟା ଦେଖାଯାଇଥିବା ବେଳେ ଏହି ଅବଧିକୁ ବୃଦ୍ଧି କରିଛି ଅର୍ଥ ମନ୍ତ୍ରଣାଳୟ । ଆଜି ଏନେଇ ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ପୂର୍ବରୁ ରିଟର୍ଣ୍ଣଂ ଦାଖଲ କରିବାର ଶେଷ ତାରିଖ 2021 ଡିସେମ୍ବର 31 ତାରିଖ ଥିଲା ।

  • On consideration of difficulties reported by taxpayers/stakeholders due to Covid & in e-filing of Audit reports for AY 2021-22 under the IT Act, 1961, CBDT further extends due dates for filing of Audit reports & ITRs for AY 21-22. Circular No. 01/2022 dated 11.01.2022 issued. pic.twitter.com/2Ggata8Bq3

    — Income Tax India (@IncomeTaxIndia) January 11, 2022 " class="align-text-top noRightClick twitterSection" data=" ">

ତେବେ ଅବଧି ବଢିବା ଫଳରେ କରଦାତାମାନେ କୋଭିଡ କାଳରେ ସାମାନ୍ୟ ଆଶ୍ବସ୍ତି ପାଇବେ । ବିଜ୍ଞପ୍ତିରେ କୁହାଯାଇଛି ଯେ ଆୟକର ନିୟମାବଳୀ ଅନୁଯାୟୀ ବିଭିନ୍ନ ଅଡିଟ୍ ରିପୋର୍ଟର ଇ-ଦାଖଲ ବେଳେ ସାମ୍ନାକୁ ଆସିଥିବା କିଛି ସମସ୍ୟାକୁ ଦୃଷ୍ଟିରେ ରଖି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛି ଅର୍ଥ ମନ୍ତ୍ରଣାଳୟ ।

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ବ୍ୟତୀତ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ କରିବାର ଧାର୍ଯ୍ୟ ତାରିଖକୁ ମଧ୍ୟ ବୃଦ୍ଧି କରିଛି ଅର୍ଥ ମନ୍ତ୍ରଣାଳୟର କେନ୍ଦ୍ରୀୟ ଟିକସ ବୋର୍ଡ । ଏହି ଅଡିଟ ରିପୋର୍ଟ ଦାଖଲ କରିବାର ନୂତନ ସମୟ ସୀମା ଚଳିତ ବର୍ଷ ଫେବୃଆରୀ 15 ତାରିଖକୁ ଧାର୍ଯ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.