ETV Bharat / bharat

Income Tax Raid: ସମାଜବାଦୀ ପାର୍ଟି ଏମଏଲସିଙ୍କ ଘରେ ଚଢାଉ - Income tax raid in perfume businessman

କୋଟିପତି ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ ପରେ ଆଉ ଏକ ଅତର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଶୁକ୍ରବାର ସମାଜବାଦୀ ପାର୍ଟି ଏମଏଲସି ପୁଷ୍ପରାଜ ଜୈନଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଅଧିକ ପଢନ୍ତୁ

Income Tax Raid: ସମାଜବାଦୀ ପାର୍ଟି ଏମଏଲସିଙ୍କ ଘରେ ଚଢାଉ

author img

By

Published : Dec 31, 2021, 9:24 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୋଟିପତି ଅତର ବ୍ୟାବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ ପରେ ଆଉ ଏକ ଅତର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ (Income Tax Raid in Utter Pradesh) । ଶୁକ୍ରବାର ସମାଜବାଦୀ ପାର୍ଟି ଏମଏଲସି ପୁଷ୍ପରାଜ ଜୈନଙ୍କ (Samajwadi party mlc Pushparaj Jain ) ଘରେ ଚଢାଉ କରିଛି ଆୟକର ବିଭାଗ। ଏହାକୁ ନେଇ ରାଜ୍ୟର ବିଜେପି ସରକାରଙ୍କୁ ଜୋରାଦାର ଟାର୍ଗେଟ କରିଛି ସମାଜବାଦୀ ପାର୍ଟି। ଏହା ସହ ଉତ୍ତରପ୍ରଦେଶରେ ବର୍ତ୍ତମାନ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି ।

ଶୁକ୍ରବାର ତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏମଏଲସି ପୁଷ୍ପରାଜ ଜୈନଙ୍କ ଘର ଓ ଦୋକାନ ଉପରେ ଚଢାଉ କରିଛି ଆୟକର ବିଭାଗ । ଆୟକର ବିଭାଗର ମୁମ୍ବାଇ ବ୍ରାଞ୍ଚ ଏହି ଚଢାଉ କରିଥିବା ଜଣାପଡିଛି । ପୁଷ୍ପରାଜ ଜୈନଙ୍କ ଘର ଓ ତାଙ୍କ ବିଭିନ୍ନ ଫ୍ୟାକ୍ଟ୍ରିରେ ଚଢାଉ କରିଛି ଆୟକର ବିଭାଗର ଟିମ । ଆଇଟି ବିଭାଗର ଟିମ୍ ସକାଳ ୭ଟାରେ ପୁଷ୍ପରାଜଙ୍କ ଘରେ ପହଞ୍ଚିଥିଲା। ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ ଟି ସ୍ଥାନରେ ଚଢ଼ାଉ କରିଛି। ଏହା ସହିତ ଆୟକର ବିଭାଗର ଏକ ଟିମ୍ ମଧ୍ୟ ୟାକୁବ ପରଫ୍ୟୁମରେ ଚଢ଼ାଉ କରୁଛି । କାନପୁର ବ୍ୟତୀତ ନୋଏଡା, ସୁରଟ, ମୁମ୍ବାଇ ବ୍ୟତୀତ ଡିଣ୍ଡିଗାଲ (ତାମିଲନାଡୁ) ରେ ମଧ୍ୟ ଚଢ଼ାଉ କରାଯାଇଛି।

ପୀୟୂଷ ଜୈନଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ପୁଷ୍ପରାଜ ଚର୍ଚ୍ଚାରେ ଥିଲେ। ଯେତେବେଳେ ପୀୟୂଷ ଜୈନଙ୍କ ସହ ପୁଷ୍ପରାଜଙ୍କ ନାଁ ସାମ୍ନାକୁ ଆସିଲା, ସେତେବେଳେ ସେ ଖୋଦ୍ କହିଥିଲେ ଯେ ତାଙ୍କର ପୀୟୂଷ ଜୈନଙ୍କ ସହ କିଛି ସମ୍ପର୍କ ନାହିଁ। ଯେହେତୁ ଦୁହିଁଙ୍କ ନାଁ ଜୈନ ରହିଛି, ତେଣୁ ଉଭୟଙ୍କ ନାଁ ଏକାଠି ସାମ୍ନାକୁ ଆସିଥିଲା। ଏପରିକି ଦୁହିଁଙ୍କର ବ୍ୟବସାୟ ମଧ୍ୟ ସମାନ ଏବଂ ଉଭୟଙ୍କର ଗୋଟିଏ ଗଳିରେ ଘର ରହିଛି। ପୁଷ୍ପରାଜଙ୍କ ପ୍ରକୃତ ଅଫିସ୍ ମୁମ୍ବାଇରେ ଅଛି। ତାଙ୍କର ଏକ ପରଫ୍ୟୁମ୍ ବ୍ୟବସାୟ ମିଡଲ୍ ଇଷ୍ଟ କନୌଜରେ ରହିଛି।

ସୂଚନାଥାଉକି ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ କରିଥିଲା ଆୟକର ଟିମ । ତାଙ୍କ କାନପୁର ସ୍ଥିତ ବାସଭବନ ଓ ମୁମ୍ବାଇର କାରଖାନା ସମେତ କନୌଜରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ ସମୟରେ 280 କୋଟିରୁ ଅଧିକ ଟଙ୍କାର ସମ୍ପତି ଓ ଟଙ୍କା ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.