ETV Bharat / bharat

କୁନିଝିଅର ରୋଜଗାର ମାଧ୍ୟମ ସାଜିଛି ଠେକୁଆ

author img

By

Published : Feb 1, 2021, 8:24 AM IST

ଦାରିଦ୍ର୍ୟତାରୁ ଆତ୍ମନିର୍ଭରଶୀଳତାର ଯାତ୍ରା । ମାତ୍ର 12 ବର୍ଷ ବୟସର କୁନି ଝିଅ ମୁମତାଜ ଆତ୍ମନିର୍ଭର ହେବାର ପ୍ରେରଣା ପାଲଟିଛନ୍ତି । ଅଧିକ ପଢନ୍ତୁ...

ଠେକୁଆ ସାଜିଛି ମୁମତାଜଙ୍କ ଭବିଷ୍ୟତ ସ୍ବପ୍ନର ସାହାରା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପାହାଡୀ ଇଲାକାର ମୁମତାଜ । ସ୍ବପ୍ନ ଉଚ୍ଚ ଶିକ୍ଷା ହାସଲ କରି ଡାକ୍ତର ହୋଇ ରୋଗୀ ସେବା କରିବା। ହେଲେ ଜୀବନର ପାହାଡ ଭଳି ସମସ୍ୟାରେ ନିଜର ଏହି ଛୋଟିଆ ଆଶାକୁ ସମ୍ଭାବନାରେ ରୂପାନ୍ତରିତ କରିବାକୁ ଅହରହ ଜାରି ରଖିଛନ୍ତି ପ୍ରୟାସ । ନିଜ ସ୍ବପ୍ନକୁ ସାକାର କରିବା ସହ ଘର ଚଳେଇବାକୁ ଯାଇ ମାତ୍ର 12 ବର୍ଷର ମୁମତାଜ ଆତ୍ମନିର୍ଭର ହେବାର ପ୍ରେରଣା ପାଲଟିଛନ୍ତି ।

ଯେଉଁ ବୟସରେ ପିଲାଏ ସ୍କୁଲ, ଖେଳ ଘର ବ୍ୟତୀତ ଅନ୍ୟ କୌଣସି କଥା ବୁଝନ୍ତି ନାହିଁ ସେହି ବୟସରେ ମୁମତାଜ ଘରର ବୋଝ ଉଠାଉଛନ୍ତି । ଏକ ଉଜ୍ଜଳ ଭବିଷ୍ୟମନା ମୁମତାଜ ପଞ୍ଚମ ଶ୍ରେଣୀରେ ପାଠପଢନ୍ତି । ଆଉ ତା ସାଙ୍ଗକୁ ରୋଜଗାର ମଧ୍ୟ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୁମତାଜଙ୍କ ଆୟର ବାଟ ସମ୍ପର୍କରେ ।

ମୁମତାଜ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ରୁହନ୍ତି । ବର୍ଷ ତମାମ ତାଙ୍କ ଅଞ୍ଚଳକୁ ପର୍ଯ୍ୟଟନଙ୍କ ସୁଅ ଛୁଟେ । ଏଠାରେ ସେ ନିଜର ପାଳିତ ଠେକୁଆକୁ କୋଳରେ ଧରି ପର୍ଯ୍ୟଟକଙ୍କ ସହ ଫଟୋ ଉଠାନ୍ତି । ଆଉ ପର୍ଯ୍ୟଟକମାନେ ଖୁସିରେ ପିଲା ଟାକୁ 10 ତ କିଏ 100 ଟଙ୍କା ଧରାଇ ଦିଅନ୍ତି । ଯାହାକୁ ସେ ନିଜ ଘରର ଚଳାଇବା ପାଇଁ ରୋଜଗାରର ଏକ ପନ୍ଥା ଭାବେ ଆପଣାଇ ନେଇଛନ୍ତି । ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ପାହଲପଗାମରେ ଗୃହପାଳିତ ପଶୁମାନଙ୍କ ସହିତ ଫଟୋ ଉଠାଇ ରୋଜଗାର କରିବା ଏବେ ମୁମତାଜାଙ୍କୁ ଦାରିଦ୍ର୍ୟ ଚକ୍ରବ୍ୟୁହରୁ ବାହାର କରିପାରିବ ।

ମୁମତାଜ ଇଟିଭି ଭାରତ ସହ ସାକ୍ଷାତକାର କରି କହିଛନ୍ତି, ସେ ଉଚ୍ଚ ଶିକ୍ଷା ଲାଭ କରି ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଦାରିଦ୍ର୍ୟତା ତାଙ୍କ ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ ସାଜିଛି । ତାଙ୍କ ବାପା ପାହଲଗାମର ଜଣେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ସେ ଏବେ ରୋଜଗାରକୁ ଯାଉନାହାଁନ୍ତି । ତାଙ୍କର ଦୁଇ ଜଣ ସାନ ଭାଇ ଓ ଉଭଣୀ ଅଛନ୍ତି । ସେମାନେ ମଧ୍ୟ ସରକାର ସ୍କୁଲରେ ପାଠପଢନ୍ତି । ତେଣୁ ଏବେ ଘରର ସମସ୍ତ ବୋଝ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ଏହି ପନ୍ଥା ଆପଣାଇ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.