ETV Bharat / bharat

ମୃତ ଘୋଷଣା କରି 3 ଟି ହସ୍ପିଟାଲ ଫେରାଇ ଦେଲା, 7 ଘଣ୍ଟା ପରେ ଜିଇଁ ଉଠିଲେ ଯୁବକ - ଉତ୍ତରପ୍ରଦେଶର ମୁରଦାବାଦ ଅଞ୍ଚଳ

7 ଘଣ୍ଟା ପରେ ଜିଇଁ ଉଠିଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁରଦାବାଦ ଅଞ୍ଚଳରେ । ଅଧିକ ପଢନ୍ତୁ

ମୃତ ଘୋଷଣାର 7 ଘଣ୍ଟା ପରେ ଜିଇଁ ଉଠିଲେ ବ୍ୟକ୍ତି

author img

By

Published : Nov 21, 2021, 12:01 PM IST

ଲକ୍ଷ୍ନୌ: କୁହାଯାଏ ଯେ ଜୀବନ ନେବା ଆଉ ଦେବା ଉପରବାଲା ହାତରେ ଥାଏ । କିନ୍ତୁ ଯେତେବେଳେ ମୃତ୍ୟୁ ଏବଂ ଜୀବନ ପାଦରେ ପାଦ ମିଳାଇ ଏକାଠି ଚାଲୁଥିବେ ଏବଂ ବିଜୟ ଜୀବନର ହୁଏ, ସେତେବେଳେ ଏହାକୁ ଏକ ଚମତ୍କାର ଠାରୁ କମ୍ କୁହାଯିବ ନାହିଁ । ଉତ୍ତରପ୍ରଦେଶର ମୁରଦାବାଦରୁ ଏଭଳି ସମାନ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଦୁର୍ଘଟଣାରେ ମୃତ ବ୍ୟକ୍ତି 7 ଘଣ୍ଟା ପରେ ଜିଇଁ ଉଠିଥିଲେ । ଗତ ଗୁରୁବାର ମଝୋଲା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀକେଶ ବିଳମ୍ବିତ ରାତିରେ ଘରୁ କ୍ଷୀର ଆଣିବା ପାଇଁ ବାହାରକୁ ଆସିଥିଲେ । ରାସ୍ତା ପାର ହେଉଥିବାବେଳେ ଶ୍ରୀକେଶଙ୍କ ଦୁର୍ଘଟଣା ଘଟିଥିଲା।

ମୃତ ଘୋଷଣାର 7 ଘଣ୍ଟା ପରେ ଜିଇଁ ଉଠିଲେ ବ୍ୟକ୍ତି

ଯେତେବେଳେ ସମ୍ପର୍କୀୟମାନେ ଏହି ସୂଚନା ପାଇଲେ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରିକି ଶ୍ରୀକେଶଙ୍କ ମୃତଦେହ ବି ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା । ଏହାର ପରଦିନ ସକାଳେ ପୋଲିସ ସୂଚନା ପାଇ ମୃତବ୍ୟକ୍ତିଙ୍କ ରିପୋର୍ଟ ପାଇଁ ସେଠାରେ ପହଞ୍ଚିଥିଲା । କିନ୍ତୁ ମୃତଦେହରେ ଆଘାତ ଚିହ୍ନ ଦେଖି ପୋଲିସ ଜାଣିପାରିଥିଲା ଯେ ମୃତକଙ୍କ ନିଶ୍ବାସ ଚାଲୁଛି। ପୁଣିଥରେ ଡାକ୍ତରଙ୍କ ଯାଞ୍ଚ ପରେ ବ୍ୟକ୍ତି ଜୀବିତ ଥିବା ଜାଣିପାରି ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପଟେ ଉକ୍ତ ବ୍ୟକ୍ତିଙ୍କ ଜୀବିତ ହେବା ଖବର ପାଇବା ପରେ ପରିବାରରେ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।

ତେବେ ଔଷଧର ପ୍ରଭାବ ବ୍ୟକ୍ତିଙ୍କ ଶରୀରରେ ବିଳମ୍ବରେ ହୋଇଥିବାରୁ ସେ ପୁନଃଜୀବନ ପାଇଥିବା ଯୁକ୍ତି ବାଢିଛନ୍ତି ଡାକ୍ତର । କାରଣ ବ୍ୟକ୍ତିଙ୍କ ଦୁର୍ଘଟଣା ପରେ 3ଟି ହସ୍ପିଟାଲର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.