ETV Bharat / bharat

ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

author img

By ETV Bharat Odisha Team

Published : Dec 10, 2023, 4:01 PM IST

Updated : Dec 10, 2023, 4:19 PM IST

Mayawati Names Nephew as Political Successor: 2024 ସାଧାରଣ ନିର୍ବାଚନ ପୂର୍ବରୁ ପୁତୁରା ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ । ଅଧିକ ପଢ଼ନ୍ତୁ

2024 ପୂର୍ବରୁ ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ଆଜି ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ଆକାଶ ରାଜନୀତିରେ ପୂର୍ବରୁ ସକ୍ରିୟ ଅଛନ୍ତି । 28 ବର୍ଷୀୟ ଆକାଶ ଏବେ ବହୁଜନ ସମାଜହାଦୀ ପାର୍ଟିର ଜାତୀୟ ସଂଯୋଜକ ମଧ୍ୟ ରହିଛନ୍ତି । ମାୟାବତୀ 2019 ସାଧାରଣ ନିର୍ବାଚନ ଲଢ଼ିବା ବେଳେ ଆକାଶଙ୍କୁ ନିର୍ବାଚନୀ ମୈଦାନରେ ମାୟାବତୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।

ଆଜି ପାର୍ଟି କାର୍ଯ୍ୟାଳୟରେ ସେ ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ତେବେ ସେ 2024ରେ ନିର୍ବାଚନ ଲଢିବେ ନା ସକ୍ରିୟ ରାଜନୀତିରୁ ବିରାମ ନେବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ରାଜନୀତିରେ ବଂଶବାଦକୁ ନିଜ ପାର୍ଟି ବିଚାରଧାରାରେ ତୀବ୍ର ବିରୋଧ କରୁଥିବା ମାୟାବତୀଙ୍କର ଏପରି ନିଷ୍ପତ୍ତିକୁ ବିରୋଧୀ ନାପସନ୍ଦ କରିବା ଆରମ୍ଭ କଲେଣି । ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଥିବା ମାୟାବତୀ 2019 ନିଜ ଭାଇ ଆନନ୍ଦ କୁମାରଙ୍କୁ ଦଳର ରଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରିଥିଲେ । ଏହା ସହ ପୁତୁରା ଆକାଶ ଆନନ୍ଦଙ୍କୁ ମଧ୍ୟ ଦଳର ଜାତୀୟ ସଂଯୋଜକ କରିଥିଲେ ମାୟା । ସେତେବେଳେ ମଧ୍ୟ ଏହାକୁ ବିରୋଧୀ ସମାଲୋଚନା କରିଥିଲେ । 2019 ସାଧାରଣ ନିର୍ବାଚନ ପ୍ରଚାରରେ ତାଙ୍କ ଆକାଶ ଆନନ୍ଦଙ୍କୁ ବେଶ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିଥିଲା । ଜାତିବାଦ ରାଜନୀତିରେ ଦଳିତଙ୍କ ଅଧିକାରକୁ ପ୍ରାଧାନ୍ୟ ଓ ବଂଶବାଦ ରାଜନୀତିକୁ ବିରୋଧ କରୁଥିବା ମାୟାବତୀ ଏବେ ନିଜ ପୁତୁରାଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କେସିଆର୍‌ଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି

ତେବେ ଗତକାଲି ଲୋକସଭାରେ ଦଳର ସାଂସଦ ଥିବା ଡାନିଶ ଅଲ୍ଲୀଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମାୟାବତୀ ନିଲମ୍ବିତ କରିବା ପରେ ତାର ମାତ୍ର 24 ଘଣ୍ଟା ମଧ୍ୟରେ ନିଜ ଉତ୍ତରାଧିକାରୀ ମଧ୍ୟ ଘୋଷଣା କରିଛନ୍ତି । ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ଡାନିଶ କଂଗ୍ରେସର ବେଶ ନିକଟକତର ହୋଇ ପାର୍ଟିଲାଇନରୁ ବାହାରକୁ ଯାଇ କାର୍ଯ୍ୟ କରିବା ପରେ ଅନୁଭବ ହେଉଥିଲା । ଏପରି ମହୁଆ ମୋଇତ୍ରାଙ୍କ ମାମଲାରେ ସେ ପ୍ରଥମ ଦିନରୁ ମହୁଆଙ୍କୁ ସମର୍ଥନ କରିବା ସହ ବିଜେପିକୁ କଡା ବିରୋଧ କରିଥିଲେ । ମାୟାବତୀ ଗତକାଲି ତାଙ୍କୁ ଦଳର ସାଧାରଣ ସଦସ୍ୟ ପଦରୁ ନିଲମ୍ବିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 10, 2023, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.